ETV Bharat / briefs

କୋରୋନା କଟକଣା ଟାଣିଛି ଲକ୍ଷ୍ମଣରେଖା, ସରକାରଙ୍କ ଦୃଷ୍ଟି ଆଢୁଆଳରେ ଦୃଷ୍ଟିବାଧିତ

ମୁଣ୍ଡ ଗୁଞ୍ଜିବାକୁ ପରିତ୍ୟକ୍ତ ଦୋକାନ ଘରଟିଏ ମାତ୍ର ମିଳିଯାଇଛି । ହେଲେ ସାମାଜିକ ଦୂରତ୍ବ କଥା କିଏ ପଚାରେ । ରାତି ପାହିଲେ ପେଟ ଚିନ୍ତା ଘାରୁଛି । ଅଧିକ ପଢନ୍ତୁ...

କୋରୋନା କଟକଣା ଟାଣିଛି ଲକ୍ଷ୍ମଣରେଖା, ସରକାରଙ୍କ ଦୃଷ୍ଟି ଆଢୁଆଳରେ ଦୃଷ୍ଟିହୀନ ଦିବ୍ୟାଙ୍ଗ

author img

By

Published : Apr 19, 2020, 5:05 PM IST

ଢେଙ୍କାନାଳ: କୋରୋନା କଟକଣା ଟାଣି ଦେଇଛି ଲକ୍ଷ୍ମଣରେଖା । କେହି କାହାକୁ ଭେଟିବା କଷ୍ଟକର ହୋଇପଡିଛି । କିଏ ଘରକୁ ଫେରିପାରୁନି ତ କାହାର ଜୀବିକା ପ୍ରଭାବିତ ହେଉଛି । ସରକାରୀ ସାହାଯ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ । ହେଲେ ଏବେବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି କିଛି ଦିବ୍ୟାଙ୍ଗ ।

କୋରୋନା କଟକଣା ଟାଣିଛି ଲକ୍ଷ୍ମଣରେଖା, ସରକାରଙ୍କ ଦୃଷ୍ଟି ଆଢୁଆଳରେ ଦୃଷ୍ଟିହୀନ ଦିବ୍ୟାଙ୍ଗ

ଆମେ କହୁଛୁ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ପାଇକ ଦହିକୋର ଗାଁର ଅସହାୟ ଦିବ୍ୟାଙ୍ଗଙ୍କ କଥା । ଏମାନେ ସମସ୍ତେ ବିଭିନ୍ନ ଜିଲ୍ଲାର ଭଜନ କଳାକାର । କିଏ କଟକ ତ କିଏ କେନ୍ଦୁଝର । କିଏ ପୁଣି ଭଦ୍ରକ ତ କିଏ ଅନୁଗୋଳ । ଗୋଟିଏ ଭଜନଗୋଷ୍ଠୀ ମାଧ୍ୟମରେ ହୋଇଛନ୍ତି ଏକାଠି । ବିଭିନ୍ନ ଗାଁ ଗାଁ ବୁଲି ଯାହା ରୋଜଗାର ହୁଏ ସେଥିରେ ସେମାନଙ୍କ ତେଲ ଲୁଣ ସଂସାର ଚଳିଯାଏ ।

ତେବେ ଲକଡାଉନ ଯୋଗୁଁ ଏମାନେ ଫସିଯାଇଛନ୍ତି । ଦୈନିକ ଗୁଜୁରାଣ ଠପ । ମୁଣ୍ଡ ଗୁଞ୍ଜିବାକୁ ପରିତ୍ୟକ୍ତ ଦୋକାନ ଘରଟିଏ ମାତ୍ର ମିଳିଯାଇଛି । ହେଲେ ସାମାଜିକ ଦୂରତ୍ବ କଥା କିଏ ପଚାରେ । ରାତି ପାହିଲେ ପେଟ ଚିନ୍ତା ଘାରୁଛି । ଏକାଠି ଅଛନ୍ତି କିନ୍ତୁ ମନେ ପଡୁଛି ଘର କଥା । ଦାନବାକ୍ସ ରଖି ଭଜନ ସନ୍ଧ୍ୟା କରି ଚଳିଯାଆନ୍ତି । ହେଲେ ଲକଡାଉନ ଯୋଗୁଁ ଭଜନ ସନ୍ଧ୍ୟା ବନ୍ଦ । ଦାନବାକ୍ସ ଖାଲି । ଘରକୁ ଫେରିବାରେ ପ୍ରତିବନ୍ଧକ ।

କୋରୋନା ଚଡକ ଏମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇଦେଇଛି । ସରକାର ଜୀବଜନ୍ତୁ ଠାରୁ ଅସହାୟ ମଣିଷ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି । ହେଲେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି ଏହି ଦୃଷ୍ଟିହୀନ ଦିବ୍ୟାଙ୍ଗ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.