କଟକ: ଆଇସିସି ବିଶ୍ବକପ-2019ର 18ତମ ମ୍ୟାଚ ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମ୍ରେ ଆଜି ଭାରତ-ନ୍ୟୁଜଲାଣ୍ଡ ମଧ୍ୟରେ ଦିନ 3ଟାରେ ଖେଳାଯିବ । ତେବେ ଅଭ୍ୟାସ ମ୍ୟାଚ୍ରେ ବ୍ଲାକ୍କ୍ୟାପ ଠାରୁ ଭାରତ ପରାଜୟ ହେବା ପରେ କ୍ରିକେଟ ମହାକୁମ୍ଭରେ ଆଜି ଉଭୟ ଦଳ ମୁହାଁମୁହିଁ ହେବେ । ଭାରତ-ନ୍ୟୁଜଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲ ବେଶ୍ ରୋମାଞ୍ଚକର ହେବ । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ବିଜୟ ଧାରା ଜାରି ରହିଛି । ତେବେ କାହାର ବିଜୟ ଧାରାରେ ରୋକ୍ ଲାଗିବ ଏନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି । ତେବେ ଇଟିଭି ଭାରତର ରିପୋର୍ଟର ଏହି ମ୍ୟାଚ ସମ୍ପର୍କରେ କଟକ ଅଣ୍ତର-19 ଟିମ୍ ସହ ଆଲୋଚନା କରିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ