ETV Bharat / briefs

ହଟହଟା ହେଲେ କଙ୍ଗନା: କୃଷକଙ୍କୁ ଅପମାନ କରିଥିବା ବିରୋଧରେ ମାମଲା ରୁଜୁ

author img

By

Published : Sep 26, 2020, 5:02 PM IST

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ କର୍ଣ୍ଣାଟକର ତୁମକୁର କୋର୍ଟରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି। କଙ୍ଗନା ରଣାୱତଙ୍କ ବିରୋଧରେ ଚାଷୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି ।

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ କର୍ଣ୍ଣାଟକର ତୁମକୁର କୋର୍ଟରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି। କଙ୍ଗନା ରଣାୱତଙ୍କ ବିରୋଧରେ ଚାଷୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଦାଖଲ ହୋଇଥିବା ମାମଲାରେ କୁହାଯାଇଛି ଯେ କଙ୍ଗନା ଟ୍ବିଟ୍ କରି କୃଷି ବିଲକୁ ବିରୋଧ କରି ଚାଷୀଙ୍କୁ ଅପମାନିତ କରିଛନ୍ତି ।

ପ୍ରକାଶଥାଉକି, କୃଷି ବିଲ୍ ବିଷୟରେ କଙ୍ଗନା ଟ୍ବିଟକୁ ନେଇ କୁହାଯାଇଛି ଯେ ସେ ଚାଷୀଙ୍କୁ ଅପମାନିତ କରିଛନ୍ତି । ଏହି ଟ୍ବିଟକୁ ନେଇ କୃଷକମାନେ ମଧ୍ୟ ଅନେକ ସ୍ଥାନରେ ବିରୋଧ କରିଥିଲେ। ତେବେ ସ୍ପଷ୍ଟୀକରଣ ଦେଇ କଙ୍ଗନା କହିଛନ୍ତି ଯେ ସେ ଚାଷୀଙ୍କୁ ଅପମାନିତ କରିନାହାଁନ୍ତି।

କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ କୃଷକ ସଂଗଠନ ସମଗ୍ର ଦେଶରେ ବିରୋଧ କରୁଛନ୍ତି। ଏହି କୃଷି ବିଲ୍ ବିରୋଧରେ କୃଷକ ଏବଂ ରାଜନୈତିକ ସଂଗଠନ 25 ସେପ୍ଟେମ୍ବରରେ ଭାରତ ବନ୍ଦ ରଖିଥିଲେ। ନୂତନ ବିଧେୟକ ମଣ୍ଡି ବ୍ୟବସ୍ଥାକୁ ଶେଷ କରିବା ଓ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବ୍ୟବସ୍ଥା ଶେଷ ହେବ ବୋଲି କୃଷକମାନେ ବିରୋଧ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.