ETV Bharat / briefs

ନିୟମଗିରିରେ କୋରୋନାର କାୟା ବିସ୍ତାର, ତାଲିମ୍ ନେବାକୁ ଯାଇ ଫେରୁନାହାନ୍ତି ବିଡ଼ିଓ

author img

By

Published : May 21, 2021, 8:52 PM IST

ନିୟମଗିରିରେ କୋରୋନା କାୟା ବିସ୍ତାର କରୁଥିବାବେଳେ, ତାଲିମ୍ ନେବାକୁ ଯାଇ କଲ୍ୟାଣସିଂହପୁର ବିଡ଼ିଓ ଆଉ ନଫେରିବା ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

Covid cases
Covid cases

ରାୟଗଡା: ନିୟମଗିରିରେ କାୟା ବିସ୍ତାର କରୁଛି କୋରୋନା । ନିୟମଗିରିକୁ କୋରୋନା ଛୁଇଁବା ପରେ ବିରଳ ଆଦିବାସୀ ଜନଜାତିଙ୍କୁ କୋରୋନା କବଳରୁ ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି । ସ୍ବାବ ଟେଷ୍ଟ ପାଇଁ ଡଙ୍ଗରିଆ ରାଜି ହେଉନଥିବାରୁ ବୁଝାସୁଝା କରି ପରୀକ୍ଷଣ ମାଧ୍ୟମରେ ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ପ୍ରଶାସନ ଲାଗି ପଡ଼ିଛି। ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ସମେତ ବହୁ ଉଚ୍ଚ ପଦସ୍ତ ଅଧିକାରୀ ଡଙ୍ଗରିଆଙ୍କ ଅନ୍ଧ ବିଶ୍ବାସକୁ ଦୂର କରି ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଏପରି ସ୍ଥିତିରେ ତାଲିମ୍ ନେବାକୁ ଭୁବନେଶ୍ବର ଯାଇ ଗତ ମାସେ ହେଲା ଆଉ କାର୍ଯ୍ୟକୁ ଫେରିନାହାନ୍ତି କଲ୍ୟାଣସିଂହପୁର ବିଡ଼ିଓ ।

Covid cases
ନିୟମଗିରିରେ କରୋନାର କାୟା ବିସ୍ତାର

ବିଡ଼ିଓ ଭାବେ ନବ ନିଯୁକ୍ତି ପରେ ତାଲିମ୍ ପ୍ରକ୍ରିୟା ଶେଷ ହୋଇନଥିବାରୁ ଫେବ୍ରୁଆରି ୨୭ ତାରିଖରେ ଗୋପବନ୍ଧୁ ଏକାଡେମୀକୁ ତାଲିମ୍ ପାଇଁ ଯାଇଥିଲେ ବିଡ଼ିଓ ଅନୁପ ଅଭିଷେକ ବେହେରା । ଏପ୍ରିଲ୍ ୨୭ ତାରିଖରେ ତାଲିମ୍ ଶେଷ ହେବା ପରେ ୨୮ରେ କାର୍ଯ୍ୟରେ ଯୋଗଦେବା କଥା। କିନ୍ତୁ ତାଲିମ୍ ପରେ ବ୍ଲକ୍ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡକାଙ୍କୁ ଛୁଟି ଦରଖାସ୍ତ ଦେଇ ଗତ ୨୪ ଦିନ ହେଲା ପ୍ରଶାସନ ସହ ଯୋଗାଯୋଗରେ ନାହାନ୍ତି ବିଡ଼ିଓ ଅନୁପ ଅଭିଷେକ । ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ିବା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅଫିସରଙ୍କ ଛୁଟି ବାତିଲ୍ ସହ ହେଡକ୍ବାର୍ଟର୍ସ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ହୋଇଛି। ହେଲେ କଲ୍ୟାଣସିଂହପୁରର ବିଡ଼ିଓ ନିଜ ଛୁଟି ସଂପର୍କରେ ଜିଲ୍ଲାପାଳ କିମ୍ବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ସହ ଆଲୋଚନା କରିନାହାନ୍ତି । ଛୁଟିରେ ଥିବା ବିଡ଼ିଓ ବେହେରାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ପ୍ରଶାସନ ଯୋଗାଯୋଗ ମଧ୍ୟ କରିପାରୁନି ।

ଫଳରେ ରାୟଗଡ଼ା ବ୍ଲକର ଅତିରିକ୍ତ ବିଡ଼ିଓ କାଳୁ ଚରଣ ନାୟକଙ୍କୁ କଲ୍ୟାଣସିଂହପୁର ବିଡ଼ିଓ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସ୍ଥାୟୀ ବିଡ଼ିଓ ଥିବା ସତ୍ତ୍ବେ ମାସରେୁ ଉର୍ଧ୍ବ ସମୟ ହେଲା ପଛୁଆ ତଥା ଆଦିବାସୀ ବହୁଳ ବ୍ଲକ୍ କଲ୍ୟାଣସିଂହପୁରରେ ବିକାଶ କାମ ଅତିରିକ୍ତ ଦାୟିତ୍ବରେ ଚାଲିଛି। ବିଡ଼ିଓଙ୍କୁ ଯୋଗାଯୋଗ କରିବାରେ ପ୍ରଶାସନ ବିଫଳ ହେବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ନାଏକଙ୍କ ସୁପାରିଶରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗତ ୫ ଦିନ ତଳେ ବିଡ଼ିଓଙ୍କ ଛୁଟି ଦରଖାସ୍ତକୁ ଖାରଜ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଛୁଟି ଦରଖାସ୍ତରେ ବିଡ଼ିଓ ଦେଇଥିବା ମୋବାଇଲ୍ ନମ୍ବର ଲାଗୁନଥିବାରୁ ପ୍ରଶାସନର ନିର୍ଦ୍ଦେଶନାମା ତାଙ୍କ ପାଖରେ ପହଞ୍ଚି ପାରୁନି। ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଯଦି ବିଡ଼ିଓ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତାହାହେଲେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗକୁ ସୁପାରିଶ କରାଯିବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ନାଏକ।

ନିୟମଗିରିରେ କୋରୋନା କାୟା ବିସ୍ତାର କରୁଥିବାବେଳେ, ତାଲିମ୍ ନେବାକୁ ଯାଇ କଲ୍ୟାଣସିଂହପୁର ବିଡ଼ିଓ ଆଉ ନଫେରିବା ଚର୍ଚ୍ଚାର ବିଷୟ ପାଲଟିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.