ETV Bharat / briefs

କୋରୋନା ଔଷଧ ପ୍ରସ୍ତୁତ, ମଣିଷ ଦେହରେ 94% କ୍ଲିନିକାଲ୍ ପରୀକ୍ଷା ସଫଳ

author img

By

Published : Jul 2, 2020, 4:40 PM IST

ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଇନୋଭିଓ ଏହାର ନୂତନ ଟିକା INO-4800 ମାନବ ଉପରେ ଏକ ସଫଳ କ୍ଲିନିକାଲ୍ ପରୀକ୍ଷା କରିଛି। ଏହି ଟିକା ପ୍ରାୟ 40 ଜଣଙ୍କ ଉପରେ ପରୀକ୍ଷା କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି ଔଷଧର ପ୍ରଭାବ 94 ପ୍ରତିଶତ ସଫଳ ହୋଇଛି । ଅଧିକ ପଢନ୍ତୁ...

କୋରୋନା ଔଷଧ ପ୍ରସ୍ତୁତ, ମଣିଷ ଦେହରେ 94% କ୍ଲିନିକାଲ୍ ପରୀକ୍ଷା ସଫଳ
କୋରୋନା ଔଷଧ ପ୍ରସ୍ତୁତ, ମଣିଷ ଦେହରେ 94% କ୍ଲିନିକାଲ୍ ପରୀକ୍ଷା ସଫଳ

ନୂଆଦିଲ୍ଲୀ: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଏହି ମାରାତ୍ମକ କୋରୋନା ସହିତ ଲଢେଇ ପାଇଁ ସାରା ବିଶ୍ୱରୁ ବୈଜ୍ଞାନିକମାନେ ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ କମ୍ପାନୀ କେବଳ ଟିକା ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି। କିନ୍ତୁ ଏହି ଟିକା ସଫଳ ବୋଲି ସେତେବେଳେ ବିବେଚନା କରାଯିବ, ଯେତେବେଳେ ମଣିଷ ଉପରେ କ୍ଲିନିକାଲ୍ ପରୀକ୍ଷା ସଫଳ ହୁଏ । ଏହି ସମୟରେ, ବର୍ତ୍ତମାନ ଆମେରିକାର ଏକ ଟିକା କମ୍ପାନୀ ଦାବି କରିଛି ଯେ ଏହା କେବଳ ଟିକା ପ୍ରସ୍ତୁତ କରିନାହିଁ ବରଂ ଏକ ସଫଳ କ୍ଲିନିକାଲ ପରୀକ୍ଷା ମଧ୍ୟ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଇନୋଭିଓ ଏହାର ନୂତନ ଟିକା INO-4800 ମାନବ ଉପରେ ଏକ ସଫଳ କ୍ଲିନିକାଲ୍ ପରୀକ୍ଷା କରିଛି। ଏହି ଟିକା ପ୍ରାୟ 40 ଜଣଙ୍କ ଉପରେ ପରୀକ୍ଷା କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି ଔଷଧର ପ୍ରଭାବ 94 ପ୍ରତିଶତ ସଫଳ ହୋଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ ନୂତନ ଟିକା ଏକ ବିଶେଷ ଉପାୟରେ କାମ କରେ। ଏହି ଟିକା ଇଞ୍ଜେକ୍ସନ ସାହାଯ୍ୟରେ ଶରୀର ଭିତରେ ଛାଡି ଦିଆଯାଏ । ଏହି ଔଷଧ ହେଉଛି ଏକ ପ୍ରକାର DNA ଯାହା ଶରୀର ମଧ୍ୟରେ କୋରୋନା ଭୂତାଣୁ ବିରୁଦ୍ଧରେ ପ୍ରତିରକ୍ଷା ପ୍ରଣାଳୀ ସୃଷ୍ଟି କରିଥାଏ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କମ୍ପାନୀ ଇନୋଭିଆକୁ ଯଥାଶୀଘ୍ର କୋରୋନା ଟିକା ପ୍ରସ୍ତୁତ କରିବାକୁ ନିୟୋଜିତ କରିଛନ୍ତି। ନୂତନ ଟିକା ପରୀକ୍ଷା FDA ଦ୍ୱାରା ଅନୁମୋଦନ ହୋଇସାରିଛି । ଏହି ପ୍ରକଳ୍ପ ଅଧୀନରେ ଟିକା କମ୍ପାନୀ ଆସନ୍ତା ଜାନୁଆରୀ ସୁଦ୍ଧା 300 ମିଲିୟନ ଟିକା ଉତ୍ପାଦନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.