ETV Bharat / briefs

ନବରଙ୍ଗପୁରରେ ପୁଣି 40 କୋରୋନା ଆକ୍ରାନ୍ତ ଚିହ୍ନଟ - corona update of nabarangpur

ଜିଲ୍ଲାରେ ରବିବାର ପୁଣି 40 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3437 ରେ ପହଞ୍ଚିଛି ।

ନବରଙ୍ଗପୁରରେ ପୁଣି 40 କୋରୋନା ଆକ୍ରାନ୍ତ  ଚିହ୍ନଟ

author img

By

Published : Sep 27, 2020, 3:06 PM IST

ନବରଙ୍ଗପୁର: ଜିଲ୍ଲାରେ ରବିବାର ପୁଣି 40 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3437 ରେ ପହଞ୍ଚିଛି । ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନବରଙ୍ଗପୁର ପୌରାଞ୍ଚଳରୁ 10 ଜଣ, ତେନ୍ତୁଳୀଖୁଣ୍ଟି ବ୍ଲକରୁ 8 ଜଣ, କୋଷାଗୁମୁଡା ବ୍ଲକରୁ 7 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ବ୍ଲକରୁ 5 ଜଣ, ଉମରକୋଟ ପୌରାଞ୍ଚଳ, ଚନ୍ଦାହାଣ୍ଡି, ପାପଡାହାଣ୍ଡି, ନନ୍ଦାହାଣ୍ଡି ବ୍ଲକରୁ 2ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରେ ପୁଣି 40 କୋରୋନା ଆକ୍ରାନ୍ତ  ଚିହ୍ନଟ
ନବରଙ୍ଗପୁରରେ ପୁଣି 40 କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିପରି ନବରଙ୍ଗପୁର, ଡାବୁଗାଁ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3437 ହୋଇଥିବାବେଳେ 2628 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଜିଲ୍ଲାରେ 782 ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 653 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ମୋଟ 65491ଜଣଙ୍କ ସ୍ବାବ୍ ସଂଗ୍ରହ କରି ପରୀକ୍ଷା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.