ETV Bharat / briefs

ରାଜ୍ୟକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ, କୋଭିଡ ଆମ୍ବୁଲାନ୍ସର ମୂଲ୍ୟ ଧାର୍ଯ୍ୟ କର - କୋଭିଡ୍ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ମୂଲ୍ୟ ଧାର୍ଯ୍ୟ କରନ୍ତୁ

ଦେଶରେ ବୃଦ୍ଧି ପାଉଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ଚାର୍ଜ ବୃଦ୍ଧି ନକରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

କୋଭିଡ୍ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ମୂଲ୍ୟ ଧାର୍ଯ୍ୟ କରନ୍ତୁ: ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Sep 12, 2020, 12:15 PM IST

ନୂଆଦିଲ୍ଲୀ: କୋରୋନା ଭଳି ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦେଶରେ ଆମ୍ବୁଲାନ୍ସ ଉପରେ ମନ୍ତବ୍ୟ ଦେଇଛନ୍ତି। ଦେଶରେ ବୃଦ୍ଧି ପାଉଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ଚାର୍ଜ ବୃଦ୍ଧି ନକରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ପୂର୍ବରୁ ଏକ ଆବେଦନ କରାଯାଇଥିଲା ଯେ, କୋରୋନା ସଙ୍କଟ ସମୟରେ ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି ହେବା ଉଚିତ ଯଦ୍ବାରା ଲୋକମାନେ ସାହାଯ୍ୟ ପାଇପାରିବେ।

ମାମଲାର ଶୁଣାଣିରେ ସୁପ୍ରିମକୋର୍ଟରେ କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ସମସ୍ତ ରାଜ୍ୟକୁ ଆମ୍ବୁଲାନ୍ସ ସମ୍ପର୍କରେ କେନ୍ଦ୍ର ଏକ SOP ଜାରି କରିଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ର ଏବଂ ଗୁଜୁରାଟ ପକ୍ଷରୁ ଏକ ଆଫିଡେଭିଟ୍ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆଫିଡେଭିଟ୍ ଅନୁଯାୟୀ ମାର୍ଚ୍ଚରେ ଜାରି ହୋଇଥିବା SoP ରାଜ୍ୟ ଦ୍ୱାରା ପାଳନ କରାଯିବା ଜରୁରୀ । ଆହୁରି ମଧ୍ୟ କୁହାଯାଇଛି ଯେ, କୋଭିଡ-୧୯ ରୋଗୀଙ୍କୁ ଘରୁ ହସ୍ପିଟାଲ ଓ ହସ୍ପିଟାଲରୁ ଘରକୁ ନେଇ ଯିବା ପାଇଁ SoP ମଧ୍ୟ ନିର୍ଧାରିତ କରାଯାଇଛି ।

ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି, ସମସ୍ତ ରାଜ୍ୟ ସରକାର କୋଭିଡ-୧୯ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ପ୍ରଦାନ ପାଇଁ ଉଚିତ ମୂଲ୍ୟ ଧାର୍ଯ୍ୟ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.