ନୟାଗଡ: ଏସପିଙ୍କ ନିର୍ଦ୍ଦେଶରେ ଜୋରିମାନା ଗଣିଲେ କନେଷ୍ଟବଳ । ମାକ୍ସ ପିନ୍ଧି ନଥିବାରୁ ଜଣେ ପୋଲିସ କନେଷ୍ଟବଳ ଏସପିଙ୍କ ନିର୍ଦ୍ଦେଶରେ ଜୋରିମାନା ଦେଇଥିବା ଜଣାପଡ଼ିଛି । ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଗୋଳାପୋଖରୀ ପଞ୍ଚାୟତ ବେଗୁନିଆ ଗ୍ରାମରେ ଘଟିଛି ।
ଗ୍ରାମରେ ରାମ ନାଟକ ଅନୁଷ୍ଠିତ ହେଉଥିବାର ଖବର ପାଇ ବିଳମ୍ବିତ ରାତିରେ ଭାପୁର ଫାଣ୍ତିର କନେଷ୍ଟବଳ ସୋମନାଥ ଜେନା ସେଠାରେ ପହଞ୍ଚିଥିଲେ । କୋଭିଡ଼ ନିୟମ ଉଲଂଘନ କରି ଯାତ୍ରା ହେଉଥିବା କହିଥିଲେ କନେଷ୍ଟବଳ କିନ୍ତୁ ସେ ନିଜେ ବିନା ୟୁନିଫର୍ମ ଓ ବିନା ମାକ୍ସରେ ଥିଲେ । ଏଭଳି ଅବସ୍ଥାରେ ପୋଲିସଙ୍କୁ ଦେଖି ଗ୍ରାମର କିଛି ଯୁବକ ଭିଡିଓ କରି ନୟାଗଡ଼ ଏସପିଙ୍କୁ ପଠାଇ ଦେଇଥିଲେ ।
ତେବେ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ କନେଷ୍ଟବଳଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରିଛି ଫତେଗଡ଼ ପୋଲିସ । ସେହିପରି ଗ୍ରାମବାସୀ କୋଭିଡ଼ ନିୟମ ଉଲଂଘନ ଅଭିଯୋଗରେ 500ଟଙ୍କା ଜୋରିମାନା ଦେଇଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ