ETV Bharat / briefs

ପରାଜୟ ଗ୍ଲାନି: ମିଡିଆକୁ ଦର୍ଶନ ଦେବେନି କଂଗ୍ରେସ ନେତା - ODISHA

ପରାଜୟ ପାଇଁ କଂଗ୍ରେସ ଏକ ମାସ ପର୍ଯ୍ୟନ୍ତ କୌଣସି ଗଣମାଧ୍ୟମ ଡିବେଟରେ ଭାଗ ନେବ ନାହିଁ କି କୌଣସି ସାମ୍ବାଦିକ ସମ୍ମିଳନୀ କରିବ ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 30, 2019, 6:33 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ କଂଗ୍ରେସ ସାରା ଭାରତରେ ବଡଧରଣର ପରାଜୟ ସାମ୍ନା କରିଛି । ଆଉ ପରାଜୟ ଗ୍ଲାନିରେ ଦଳ ଏବେ ଏକ ପ୍ରକାର ସ୍ତବ୍ଧ । ଦଳକୁ ପରାଜୟ ଝଟକା ଏତେ ଜୋରରେ ଲାଗିଛି ଯେ ଦଳ ଏବେ କୌଣସି ପ୍ରଶ୍ନର ଉତ୍ତର ଦେବା ପରିସ୍ଥିତିରେ ନାହିଁ ।

ତେଣୁ ଦଳ ସର୍ବ ଭାରତୀୟ ସ୍ତରରେ ଗଣମାଧ୍ୟମରେ ଦଳର ଆଭିମୁଖ୍ୟ ରଖୁଥିବା ନିଜର ସମସ୍ତ ପ୍ରବକ୍ତାଙ୍କ ଉପରେ ଏକମାସ ପାଇଁ କଟକଣା ଲଗାଇଛି । ଏହି ଏକମାସ ସମୟ ଭିତରେ ଦଳ ମାନସିକ ଭାବେ ପ୍ରସ୍ତୁତ ହେବା ସହ ପରାଜୟର ସମୀକ୍ଷା କରି ପୁଣିଥରେ ଟିଭି କାର୍ଯ୍ୟକ୍ରମ ବିତର୍କକୁ ଫେରିବ ବୋଲି ଦଳ କହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଦଳର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଗତକାଲି ଟ୍ବିଟ ଯୋଗେ ସମସ୍ତ ଗଣମାଧ୍ୟମକୁ ଜଣାଇଛନ୍ତି । ତେବେ ଏହି କଟକଣା ଓଡିଶାରେ ମଧ୍ୟ ଲାଗୁ ହେବ ବୋଲି ଦଳର ରାଜ୍ୟ ପ୍ରଭାରୀ ଓ ସହ- ପ୍ରଭାରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.