ନୂଆଦିଲ୍ଲୀ: ନିଜ ବୟାନବାଜୀକୁ ନେଇ ଚର୍ଚ୍ଚାରେ ରହିଆସୁଥିବା କଂଗ୍ରେସ ନେତା ସାମ ପିଟ୍ରୋଡା ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନେଇ ମନ୍ତବ୍ୟ ଦେଇଛନ୍ତି । ପିଟ୍ରୋଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ରଣନୀତି ସମାନ ଅଟେ । ଦୁଇ ନେତା ଲୋକଙ୍କ ଭାବନା ସହ ଖେଳିବା ଉପରେ ବିଶ୍ବାସ ରଖନ୍ତି ।
ଡିଜିଟାଲ ଯୁଗରେ ରାଜନୈତିକ ପ୍ରଚାର ବିଷୟରେ ସେ ଆଲୋଚନା କରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି କହିଛନ୍ତି, ଡିଜିଟାଲ ଯୁଗ ହେଉଛି ସାଉଣ୍ଡ ବାଇଟ୍ସ ଓ ଭିଡିଓର ଯୁଗ ଅଟେ । କିନ୍ତୁ ଉଭୟେ ଠିକ୍ ଓଲଟା ଅଟନ୍ତି । ପୂର୍ବରୁ ସେ ଏୟାର ଷ୍ଟାଇକକୁ ନେଇ ମଧ୍ୟ ପାକିସ୍ତାନର କେତେ ଜଣ ପ୍ରାଣ ହରାଇଛନ୍ତି ବୋଲି ପ୍ରଶ୍ନ ଉଠାଇ ପ୍ରମାଣ ମାଗିଥିଲେ । କେବଳ ଏୟାର ଷ୍ଟାଇକ ନୁହେଁ ଗତ କିଛି ଦିନ ତଳେ ଭାରତୀୟ ମାନଙ୍କୁ ମାଙ୍କଡ ବୋଲି କହିଥିଲେ ପିଟ୍ରୋଡା । ସେ ସର୍ବଦା ନିଜ ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ।