ETV Bharat / briefs

ଦୁର୍ଘଟଣା ନେଇ କମିଶନରେଟ୍ ପୋଲିସର ଗୁରୁତ୍ବପୂର୍ଣ୍ଣ ବୈଠକ

ସ୍ମାର୍ଟସିଟିକୁ ଘାରିଛି ଦୁର୍ଘଟଣା ଚିନ୍ତା । କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ, ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଘାରିଛି ଏହି ଚିନ୍ତା । ଏହା ଉପରେ ରୋକ ଲଗାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି ।

author img

By

Published : Jun 22, 2019, 10:07 PM IST

Updated : Jun 23, 2019, 9:44 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ବିଗତ କିଛି ଦିନ ଭିତରେ ଦୁର୍ଘଟଣା ଘଟି ଅନେକ ଲୋକେ ସେଥିରେ ପ୍ରାଣ ହରାଇଛନ୍ତି । ଯାହା କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ, ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ବଢାଇଦେଇଛି । ଏହା ଉପରେ ରୋକଥାମ ଲଗାଇବାକୁ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୋଲିସ କମିସନରଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଭୁବନେଶ୍ବର ଡିସିପି, ଟ୍ରାଫିକ ଡିସିପି ଓ ଏସିପି, ଆରଟିଓ ୧ ଓ ୨, ଏନଏଚଆଇ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହି ଏସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ଦୁର୍ଘଟଣା ପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ୍ ଏରିଆ ସମ୍ପର୍କରେ ଆଲୋଚନା ହୋଇଛି । ଆଗାମୀ ଦିନରେ ଦୁର୍ଘଟଣା ଉପରେ ରୋକ ଲଗାଇବାକୁ ସାଇନ ଏଜ ଓ ସ୍ପିଡ ଆଲର୍ଟ ମିଟର ଉପରେ ବିଶେଷ ଗୁରୁତ୍ବ ଦେବା ନେଇ ଆଲୋଚନା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଭୋଟ ତାରିଖ ଯେତେ ପାଖେଇ ଆସୁଛି ସବୁ ରାଜନୈତିକ ଦଳ ଭିତରେ ବଢୁଛି ବ୍ୟଗ୍ରତା ,ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟର ଙ୍କୁ ମନେଇବାକୁ ଆରମ୍ଭ କରିଛନ୍ତି ରୀତିମତ ଉଦ୍ୟମ।ନିଜ ନିଜ ଶୈଳୀରେ ଏବେ ଭିର୍ଣ ଭିର୍ଣ ପ୍ରସଙ୍ଗ ନେଇ ଏମାନେ ଜୋରଦାର ପ୍ରଚାର କୁ ଗୁରୁତ୍ୱ ଦେଉଛନ୍ତି।ବିଭିନ୍ନ ଦଳର ଭିର୍ଣ ଭିର୍ଣ ପ୍ରସଙ୍ଗ କୁ ନେଇ ପ୍ରାର୍ଥୀମାନେ ମୈଦାନ କୁ ଉତୁରିଛନ୍ତି।

ଏ ହେଲେ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନରେ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।ସମର୍ଥକଙ୍କ ଗହଣରେ ଦିନ ରାତି ଲାଗିପଡିଛନ୍ତି ପ୍ରଚାର କାର୍ଯ୍ୟରେ।ଏଥର ତାଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ପାଳିଟିଛି ସ୍ଥାନୀୟ ସମସ୍ୟା।ମଧ୍ୟ ନିର୍ବାଚନ ମଣ୍ଡଳୀ ରେ କଲ୍ୟାଣ ମଣ୍ଡପ ସମସ୍ୟା ଠାରୁ ଆରମ୍ଭ କରି ରାସ୍ତାଘାଟ, ଡ୍ରେନେଜ ସମସ୍ୟା ସମାଧାନର ପ୍ରତିଶ୍ରୁତି ନେଇ ସେ ଭୋଟର ଙ୍କ ପାଖକୁ ଯାଉଛନ୍ତି।ଏହା ସହ ମୋଦି ସରକାରଙ୍କ ନେତୃତ୍ବର ସଫଳତା କଥା ମାଧ୍ୟମରେ ଭୋଟର ଙ୍କୁ ଭୋଟ ଭିକ୍ଷା କରୁଛନ୍ତି।ହାଇଟେକ ପ୍ରଚାର କୁ ଗୁରୁତ୍ୱ ଦେଉଛନ୍ତି ଜଗନ୍ନାଥ ପ୍ରଧାନ ।ଏଲଇଡି ଭ୍ୟାନ ମାଧ୍ୟମରେ ପ୍ରଚାର ବି ଜୋରଦାର ହେଉଛି।

ବିଜେଡି  ହେଭିଓଏଟ ତଥା ମନ୍ତ୍ରୀ ଅଶୋକ ପଣ୍ଡା ତୃତୀୟ ଥର ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ଶାସକ ଦଳ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି।ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ଆମେ ଅଛୁ ।ଲୋକମାନଙ୍କ ସମସ୍ୟା କୁ ଆମେ ଅଗ୍ରାଧିକାର ଦେଉଛୁ।ନବୀନ ସରକାରଙ୍କ ୧୯ ବର୍ଷ ର ସଫଳତା କଥା କହି ସେ ଭୋଟ ମାଗୁଛନ୍ତି।ତାଙ୍କର ସ୍ଲୋଗାନ ବିଜେଡି ଦଳ ଏକାମ୍ର ବାସୀଙ୍କ ବଳ।

ଏଥର ନିର୍ବାଚନ ମୈଦାନରେ ଥିବା କଂଗ୍ରେସର ଯୁବ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି।ବେରୋଜଗାର ତଥା ସ୍ମାର୍ଟସିଟି ର ଦୟନୀୟ ସ୍ଥିତି ସୁଧାରିବା ପାଇଁ ସେ ଅଣ୍ଟା ଭିଡ଼ି ଛନ୍ତି ବୋଲି ଭୋଟର ଙ୍କ ଆଗେ ରଖୁଛନ୍ତି ପ୍ରତିଶ୍ରୁତି।ମହିଳାଙ୍କ ସୁରକ୍ଷା , ଡ୍ରେନେଜ ସମସ୍ୟା,ବଡ ପ୍ରସଙ୍ଗ କରି ଯୁବ ବର୍ଗ ତାଙ୍କୁ ସମର୍ଥନ ଦେବେ ବୋଲି ଆଶା ରଖିବା ସହ ସେ ଘର ଘର ବୁଲି ପ୍ରଚାର କରୁଛନ୍ତି।ଶାସକ ଦଳ ନିର୍ବାଚନୀ ଧୂଆଁବାଣ କରୁଛନ୍ତି।ସାଧାରଣ ଲୋକଙ୍କ ପଇସା କୁ ହରିଲୁଟ କରୁଛନ୍ତି।ଭୁବନେଶ୍ୱର ଲୋକ ସେ ସବୁ ବୁଝୁସାରିଛନ୍ତି।
ହାଇଟେକ ପ୍ରଚାର ନୁହେଁ ବରଂ ଡୋର ତୁ ଡୋର କ୍ୟାମ୍ପେନ ଙ୍କୁ ସେ ଗୁରୁତ୍ୱ ଦେଉଛନ୍ତି।

ଏ ସବୁ ସହିତ ସୋସିଆଲ ମିଡିଆ ଜରିଆରେ ପ୍ରତି ଭୋଟର ଙ୍କ ପାଖେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।ପ୍ରସଙ୍ଗ ଓ ପ୍ରଚାର ର ମାଧ୍ୟମ ଭିତରେ ଭୋଟର ମାନେ କାହାକୁ ପସନ୍ଦ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର।

Last Updated : Jun 23, 2019, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.