ETV Bharat / briefs

ବନବିଭାଗର ବିନା ଅନୁମତିରେ ଶାଗୁଆନ ଗଛକଟାକୁ ନେଇ ଉତ୍ତେଜନା

ମେଘାସନ ମହାବିଦ୍ୟାଳୟରେ ଅନେକ ମୂଲ୍ୟବାନ ଶାଗୁଆନ ଗଛ କାଟିଦେଲେ କଲେଜ କର୍ତ୍ତୃପକ୍ଷ । ଗ୍ରାମ୍ୟ କମିଟି କି ବନ ବିଭାଗର ଅନୁମତି ନେଇନାହାନ୍ତି କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Jun 24, 2019, 11:41 PM IST

ବାରିପଦା: ବର୍ଷବର୍ଷ ଧରି କଲେଜ ପରିସରରେ ଦଣ୍ଡାୟମାନ ରହି କଲେଜର ଶୋଭା ବଢାଉଥିଲେ ମୂଲ୍ୟବାନ ଶାଗୁଆନ ଗଛ । ହେଲେ ସେମାନଙ୍କର ଆବଶ୍ୟକତା ବୁଝିପାରିଲେନି କଲେଜ କର୍ତ୍ତୃପକ୍ଷ । କଲେଜର ଆବଶ୍ୟକତା ପୂରଣ ପାଇଁ କଲେଜରେ ଥିବା ମୁଲ୍ୟବାନ ଶାଗୁଆନ ଗଛ ସବୁ କାଟି ଖଣ୍ଡଖଣ୍ଡ କରିଦେଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହିସବୁ ଗଛ କାଟିବାକୁ କଲେଜ କର୍ତ୍ତୃପକ୍ଷ ନା ବନ ବିଭାଗର ଅନୁମତି ନେଇଛନ୍ତି ନା ଗ୍ରାମ୍ୟ କମିଟିର । ଯାହାକୁ ନେଇ ଏବେ କଲେଜ କର୍ତ୍ତୃପକ୍ଷ ଓ ଗ୍ରାମ୍ୟ କମିଟି ମୁହାଁମୁହିଁ ହୋଇଛନ୍ତି । ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୂଦଡିହାରେ ଥିବା ମେଘାସନ ମହାବିଦ୍ୟାଳୟରେ ।

ସୂଚନା ମୁତାବକ ମେଘାସନ ମହାବିଦ୍ୟାଳୟରେ ଅନେକ ମୁଲ୍ୟବାନ ଶାଗୁଆନ ଗଛ ଥିଲା । ହେଲେ କଲେଜ କତ୍ତୃପକ୍ଷ ଗାଁଲୋକ ବା ଗ୍ରାମ୍ୟ କମିଟି କି ବନ ବିଭାଗର ଅନୁମତି ନେଇନାହାନ୍ତି । ଏହାକୁ ନେଇ ବିବାଦ ତେଜିବା ପରେ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରିବା ସହ କଟାଯାଇଥିବା ଗଛର ମୁଲ୍ୟ ଆନୁମାନିକ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କହିଛି ।

ସେପଟେ କଲେଜ କର୍ତ୍ତୃପକ୍ଷଙ୍କ ଏହି ଗଛାକଟାକୁ ସହଜରେ ହଜମ କରିବା ସ୍ଥିତିରେ ନାହାନ୍ତି ଗ୍ରାମବାସୀ । ଏହି ଗଛକଟାରେ କିଛି ମନ୍ଦ ଉଦ୍ଦେଶ୍ୟ ଥାଇ ପାରେ ବୋଲି କହିଛନ୍ତି ଗ୍ରାମବାସୀ, ତେଣୁ ଏହାର ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

pppp

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.