ETV Bharat / briefs

ବଣାଇଁରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର - କୋଭିଡ୍ କେୟାର ସେଣ୍ଟର

ବଣାଇଁ ଉପଖଣ୍ଡ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ସ୍ଥାନୀୟ ରାଜା ଧରଣୀଧର ହାଇସ୍କୁଲ ପରିସରରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ...

Collector visits covid care unit
Collector visits covid care unit
author img

By

Published : May 24, 2021, 9:50 PM IST

ସୁନ୍ଦରଗଡ଼: ବଣାଇଁ ଉପଖଣ୍ଡ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ସ୍ଥାନୀୟ ରାଜା ଧରଣୀଧର ହାଇସ୍କୁଲ ପରିସରରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲିବାକୁ ଯାଉଛି । ସୋମବାର ଦିନ ଏହି ସେଣ୍ଟରକୁ ଯାଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବିଭିନ୍ନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସେହିପରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ୬ଟି ଟ୍ରୁନାଟ୍ ମେସିନ୍ ଯୋଗାଇ ଦିଆଯାଇଛି । ଏହା ଫଳରେ ସେଠାରେ କୋଭିଡ୍ ଲାଗି ଏବେ ଆରଟିପିସିଆର ପରୀକ୍ଷା କରାଯାଇ ପାରିବ ।

Collector visits covid care unit
ବଣାଇଁରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର

ରାଜା ଧରଣୀଧର ହାଇସ୍କୁଲ ପରିସରରେ ଖୋଲିଥିବା କୋଭିଡ୍ କେୟାର ସେଣ୍ଟର ବଣାଇଁ, ଗୁରୁଣ୍ଡିଆ, ଲହୁଣୀପଡ଼ା ଏବଂ କୋଇଡ଼ା ବ୍ଲକ ଆଦି ଅଞ୍ଚଳର କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ। ୪୦ ଶଯ୍ୟା ବିଶିଷ୍ଟ ଏହି କେନ୍ଦ୍ରରେ ୨୦ଟି ଅକ୍ସିଜେନ୍ କନସେନଟ୍ରେଟର ବ୍ୟବସ୍ଥା କରାଯାଉଛି। ଫଳରେ ଅମ୍ଲଜାନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଇ ପାରିବ। ଏହି କେନ୍ଦ୍ର ସହିତ ଆମ୍ବୁଲାନ୍ସକୁ ସଂଯୁକ୍ତ କରାଯାଇଛି। ତେଣୁ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ରାଉରକେଲାସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଯିବ। ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଏବେ ଆରଟିପିସିଆର ଟେଷ୍ଟିଂ କରାଯିବ ।

ଏ ନେଇ ପ୍ରଶାସନ ପକ୍ଷରୁ ୬ଟି ଟ୍ରୁନାଟ୍ ମେସିନ ଯୋଗାଇ ଦିଆଯାଇଛି। ଦୈନିକ ୨୫୦ରୁ ୩୦୦ ପର୍ଯ୍ୟନ୍ତ ସେଠାରେ ନମୁନା ପରୀକ୍ଷା କରାଯାଇ ପାରିବ। ଆଗରୁ ଆରଟିପିସିଆର ପରୀକ୍ଷା ଲାଗି ନମୁନା ରାଉରକେଲା ପଠା ଯାଉଥିଲା। ବର୍ତ୍ତମାନ ଏହା ଶୀଘ୍ର ହୋଇ ପାରିବ । ଏହି ଅବସରରେ ଜିଲ୍ଲାପାଳ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି କୋଭିଡ୍ ସମୟରେ ସାଧାରଣ ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ମିଳୁଛି ତାହା ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ବେଳେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଭାରପ୍ରାପ୍ତ ବିଡିଓ ପ୍ରଶାନ୍ତ କୁମାର ପଣ୍ଡା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.