ETV Bharat / briefs

ପାଣି-ବିଜୁଳିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ - FANI

ନୟାପଲ୍ଲୀ ଓ ଆଇଆରସି ଭିଲେଜରେ ବିଦ୍ୟୁତ ସ୍ବାଭାବିକ ପାଇଁ ଆହୁରି 3ଦିନ ସମୟ ଲାଗିବ ବୋଲି କହିଛନ୍ତି ଶକ୍ତି ସଚିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 6, 2019, 9:59 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ‘ଫନି’ ରାଜ୍ୟର ଉପକୂଳରେ ବ୍ୟାପକ ଧ୍ବସଂ ରଚି ଯାଇଛି । ଯେଉଁଥିପାଇଁ ବାତ୍ୟାର 3ଦିନ ପରେ ମଧ୍ୟ ଭୁବନେଶ୍ବର, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ନାହିଁ ନଥିବା ଦୁର୍ଦ୍ଦଶା । ନା ଅଛି ବିଜୁଳି ନା ଅଛି ପାଣି ନା ଅଛି ମୋବାଇଲ ସେବା । ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଠିକ୍ ଭାବେ ମିଳିପାରୁ ନାହିଁ ଯଦ୍ବାରା ସଂପୃକ୍ତ ଅଞ୍ଚଳରେ ଏବେ ହାହାକାର । ଅନ୍ୟପଟେ ରାଜ୍ଯ ସରକାର ପାଣି, ବିଜୁଳି, ଗମନା ଗମନ ଓ ଯୋଗାଯୋଗ କ୍ଷେତ୍ରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ନିଜେ ମୁଖ୍ୟମନ୍ତ୍ରୀ ତୁହାକୁ ତୁହା ସମୀକ୍ଷା କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ପୁଣି ସ୍ବତନ୍ତ୍ର ଭାବେ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ ଜିଲ୍ଲା ପାଇଁ ମୁ୍ଖ୍ୟମନ୍ତ୍ରୀ ସଚିବାଳୟରେ ସମୀକ୍ଷା କରିବା ସହ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ଯେମିତି ରିଲିଫ୍ ଠିକ ସମୟରେ ଲୋକଙ୍କୁ ମିଳିପାରିବ ତାହା ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକ ପରେ ଶକ୍ତି ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଆଜି ସୁଦ୍ଧା କେନ୍ଦ୍ରାପଡାରେ 75 ପ୍ରତିଶତ ବିଜୁଳି ଯୋଗାଣ ହୋଇଛି ଏବଂ 3ରୁ4ଦିନ ମଧ୍ୟରେ କେନ୍ଦ୍ରାପଡାରେ ବିଜୁଳି ଯୋଗାଣ ଶତ ପ୍ରତିଶତ ସଂପୂର୍ଣ୍ଣ ହୋଇଯିବ ।

ଏହାସହ ଜଗତସିଂପୁରର ଜିଲ୍ଲାର ପାରାଦୀପରେ ବିଜୁଳି ଯୋଗାଣ ସଂପୂର୍ଣ୍ଣ ହୋଇଯାଇଛି ତେବେ ଜଗତସିଂହପୁର ସହରରେ 50 ପ୍ରତିଶତ ହୋଇପାରିଛି ଆଉ 50 ପ୍ରତିଶତ ପାଇଁ ପ୍ରାୟ ଚାରିରୁ ପାଞ୍ଚ ଦିନ ସମୟ ଲାଗିଯିବ ବୋଲି କହିଛନ୍ତି ଶକ୍ତି ସଚିବ ।

ସେହିପରି ଭୁବନେଶ୍ବରରେ ଆଜି ପାଞ୍ଚଟି ପ୍ରାଥମିକ ସବଷ୍ଟେସନରେ ବିଜୁଳି ସଂଯୋଗ ହୋଇଛି ସେଗୁଡିକ ହେଉଛି ୟୁନିଟ-6 ସବଷ୍ଟେସନ, ୟୁନିଟ-8 ସବଷ୍ଟେସନ, ଗ୍ରୀଡକୋ କଲୋନି, ରସୁଲଗଡ ଓ ସହିଦ ନଗରରେ ବିଜୁଳି ଯୋଗାଇ ଦିଆଯାଇଛି । ଆସନ୍ତା କାଲି ସୁଦ୍ଧା ମଞ୍ଚେଶ୍ବର ଓ ଚନ୍ଦକା ସବଷ୍ଟେସନ ମଧ୍ୟ ଚାଲୁ ହୋଇଯିବ । ସଚିବାଳୟ, ମଞ୍ଚେଶ୍ବର, ୟୁନିଟ୍ -6 ଅଞ୍ଚଳରେ ବିଦ୍ୟୁତ ଦିଆଯାଇଛି ଏବଂ ଆଜି ରାତି ସୁଦ୍ଧା ଆହୁରି ପାଞ୍ଚଟି ଅଞ୍ଚଳରେ ବିଦ୍ୟୁତ ଯୋଗାଇ ଦିଆଯିବ । ୟୁନିଟ-1, ୟୁନିଟ-2 ଓ ୟୁନିଟ-3ରେ ଆହୁରି ଦୁଇଦିନ ସମୟ ଲାଗିଯିବ । ଏହାସହ ନୟାପଲ୍ଲୀ ଓ ଆଇଆରସି ଭିଲେଜରେ ବିଦ୍ୟୁତ ସ୍ବାଭାବିକ ପାଇଁ ଆହୁରି 3ଦିନ ସମୟ ଲାଗିବ ବୋଲି କହିଛନ୍ତି ଶକ୍ତି ସଚିବ ।

ଏଥିସହ ଶକ୍ତି ସଚିବ କହିଛନ୍ତି ମାନବ ସମ୍ବଳ ଅଭାବଓ ସୁରକ୍ଷା ପାଇଁ ବିଦ୍ୟୁତ ଯୋଗାଣରେ ବିଳମ୍ବ ହେଉଛି । ଶକ୍ତି ସଚିବ କହିଛନ୍ତି ଆସନ୍ତା କାଲି ରାଜ୍ୟର 26 ଗୋଟି ଫାୟାର ବିଗ୍ରେଡର ଟିମ୍ କୁ ଗଛ କାଟିବା ପାଇଁ ନିୟୋଜିତ କରାଯିବ ଏବଂ ପର୍ଯ୍ୟାପ୍ତ ପରିମାଣରେ ଆସନ୍ତା କାଲି ଠାରୁ ଶ୍ରମିକ ମଧ୍ୟ ନିୟୋଜନ ହେବେ ।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ରିଲିଫ୍ କମିଶନର, ଶକ୍ତି ସଚିବ, ପୋଲିସ ମହାନିର୍ଦ୍ଦେଶକ, ଅନେକ ବରିଷ୍ଠ ଅଧିକାରୀଙ୍କ ସହ ସଂପୃକ୍ତ 3 ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.