ଭୁବନେଶ୍ବର: ଆଜି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ' ମାସର ଦିତୀୟ ସପ୍ତାହର ରବିବାରକୁ ୱାର୍ଲଡ଼ ମଦର୍ସ ଡେ ଭାବେ ପାଳନ କରାଯାଏ । ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ । ମା’ଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ପିଲାମାନେ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିଥାନ୍ତି । ମା’ହିଁ ଆମ ସଫଳତାର ଚାବିକାଠି । ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବାର ପ୍ରେରଣା କେବଳ ମା’ ହିଁ ସବୁବେଳେ ଦେଇ ଆସିଛନ୍ତି । ତେବେ ଏହି ବିଶ୍ବ ମାତୃ ଦିବସରେ ପ୍ରତ୍ୟେକ ମା’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏପଟେ ସାରାଦେଶ କୋରୋନା ମହାମାରୀ ସହ ସଂଗ୍ରାମ କରୁଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ଭାବେ ଆଶା, ଏଏନଏମ୍, ଏଡବ୍ଲୁ,ଡବ୍ଲୁ, ନିଜ ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ଦେଇ ଆସିଛନ୍ତି । ଏନେଇ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଓଡ଼ିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ମାତୃତ୍ୱକୁ ସୁରକ୍ଷା ଦେବାକୁ ଆମେ ପ୍ରତିବଦ୍ଧ ବୋଲି ନବୀନ କହିଛନ୍ତି ।
@ANI