ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବା ଉପକୂଳ ଓଡିଶାର ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ବର୍ଗର ଲୋକଙ୍କ ପାଇଁ 16 ଶହେ କୋଟିର କ୍ଷତିପୂରଣ ପ୍ୟାକେଜ ଘୋଷଣା କରିଛନ୍ତି ।
ଅଣଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା 6800 ଟଙ୍କା ଇନପୁଟ ସବସିଡି ମିଳିବ । ଜଳସେଚିତ ଜମି ପାଇଁ ହେକ୍ଟର ପିଛା 13500 ଟଙ୍କା ସିଡ ମନି ମିଳିବ ।
୧. ଗୁହାଳ ତିଆରି କରିବା ପାଇଁ କୃଷକଓ ଏସଏଚଜିଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ମିଳିବ।
୨. ବାତ୍ୟା ପ୍ରଭାବିତ ଜିଲ୍ଲାରେ ୧ଲକ୍ଷ ପରିବା ମିନିକଟ୍ ବଣ୍ଟନ ହେବ। ଏହା ସହିତ କ୍ଷତିଗ୍ରସ୍ତ ପାନଚାଷୀଙ୍କୁ ମିଳିବ ୧୫ ହଜାର ଟଙ୍କାର ସହାୟତା ।
୩. ଛତୁଚାଷୀଙ୍କୁ ପ୍ରତି ୟୁନିଟ ପୁନରୁଦ୍ଧାର ପାଇଁ ୪୦ ହଜାର ଟଙ୍କା ମିଳିବ।
୪. କଦଳୀ ଚାଷୀଙ୍କୁ ହେକ୍ଟର ପିଛା ୨୫ ହଜାର ଟଙ୍କା।
୫. ଦୁହାଁଳିଆ ଗାଈ ଓ ମଇଁଷି ମରିଥିଲେ ପ୍ରତି ମୃତ ପଶୁଙ୍କ ପିଛା ୩୦ ହଜାର ଟଙ୍କା ଲେଖାଁଏ ମିଳିବ।
୬. ଯଦି ବାତ୍ୟାରେ କୌଣସି ବଳଦଙ୍କର ମୃତ୍ୟୁ ହୋଇଥାଏ ବଳଦ ପିଛା ୨୫ ହଜାର ଓ ଛେଳି ଗୋଟାକୁ ୩ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୭. ସେହିପରି ଗୁହାଳ ତିଆରି ପାଇଁ କୃଷକ ଓ ଏସଏଚଜିଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ମିଳିବ।
୮. କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ଡଙ୍ଗା ବାବଦକୁ 40 ହଜାର ଏବଂ ଜାଲ ପାଇଁ 10 ହଜାର ଟଙ୍କା ସହାୟତା ମିଳିବ ବୋଲି କହିଛନ୍ତି ସରକାର ।
୯. କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀଙ୍କୁ ହେକ୍ଟର ପିଛା ୧୨, ୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମହିଳା ଏସଏଚଜିଙ୍କୁ ୧୦ ହଜାର ଅତିରିକ୍ତ ସିଡ୍ ମନି ମିଳିବ।
10. ଆମ୍ବକାଜୁ ଫସଲ କ୍ଷତିଗ୍ରସ୍ତ ପାଇଁ ହେକ୍ଟର ପିଛା 18 ହଜାର ଟଙ୍କା ମିଳିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ