ETV Bharat / briefs

ବିନା କୀଟନାଶକ ସାରରେ ଉତ୍ପାଦନ କରନ୍ତୁ ଅଧିକ ଫସଲ

ଅଧିକ ଉତ୍ପାଦନ ପାଇଁ ଫସଲରେ କୀଟନାଶକ ସାରର ବହୁଳ ବ୍ୟବହାର ହେଉଛି । ଯାହା ଅଧିକ ଉତ୍ପାଦ ବଦଳରେ କମ୍ ହେଉଛି । ଆଉ ଚାଷୀକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 1, 2019, 9:20 PM IST

ଚଣ୍ଡିଗଡ: ଫସଲରେ ଅତ୍ୟଧିକ ମାତ୍ରାରେ କୀଟନାଶକର ପ୍ରୟୋଗ ଯୋଗୁଁ ଅତ୍ୟଧିକ ଖର୍ଚ୍ଚ ହେଉଥିବାବେଳେ ଫସଲର ଉତ୍ପାଦନ କିନ୍ତୁ କମିବାରେ ଲାଗିଛି । ଏହାଦ୍ବାରା ଚାଷୀ ଧାରକରଜରେ ବୁଡି ରହୁଛି ଯାହାପାଇଁ ସେ ଦିନକୁ ଦିନ ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହେବାରେ ଲାଗିଛି । ଏହା ବ୍ୟତୀତ ଖାଦ୍ୟ ମଧ୍ୟ ଜହର ଯୁକ୍ତ ହୋଇଯାଉଛି । କିପରି ଏହାର ସମାଧାନ ମିଳିବ ? ସେନେଇ ହରିୟାଣାର ଜିନ୍ଦରେ ଗତ 10 ବର୍ଷ ଧରି କୀଟ ସାକ୍ଷରତା ଅଭିଯାନ ଜାରି ରହିଛି ।

ପ୍ରଥମେ 2008 ମସିହାରେ କୃଷି ବିକାଶ ଅଧିକାରୀ ଡା. ସୁରେନ୍ଦ୍ର ଦଲାଲଙ୍କ ନେତୃତ୍ବରେ ନିଡାନ ଗାଁରେ କୀଟ ମାନଙ୍କୁ କିପରି ମୂଳପୋଛ କରାଯିବ ସେନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଅନେକ ପୁରୁଷ ଓ ମହିଳା ଚାଷୀ ଯୋଗଦେଇଥିଲେ । 2001ରେ ଏକ ଖବରକାଗଜରେ ବାହାରିଥିଲାଯେ, ଚାଷରେ ବିଫଳତାର କାରଣ ପାଇଁ ଚାଷୀ ଓ ବିଶେଷଜ୍ଞ ଦାୟୀ । ଏତିରେ ଦୁଃଖୀତ ହୋଇ ଡା.ସୁରେନ୍ଦ୍ର ଦଲାଲ 2008ରେ କୀଟ ମାନଙ୍କ ଉପରେ ସମସ୍ତ ଶିକ୍ଷା ଦେବାପାଇଁ ଏହି ଅଭିଯାନ ଆରମ୍ଭ କରିଥିଲେ ।

ଧିରେ ଧିରେ ଏହି ଅଭିଯାନ ବଢିବାରେ ଲାଗିବାସମୟରେ 2013ରେ ଡା. ସୁରେନ୍ଦ୍ର ଦଲାଲ ନିଧନ ଘଟିଲା । ହେଲେ ଏହା ସତ୍ତ୍ବେ ମଧ୍ୟ ଏହି କୀଟ ସ୍ବାକ୍ଷରତା ଅଭିଯାନ ଜାରି ରହିଥିଲା । ତେବେ ବିଶେଷଜ୍ଞଙ୍କ କହିବାନୂଯାୟୀ, ଫସଲରେ କୀଟର ଆବଶ୍ୟକତା ମଧ୍ୟ ନିହାତି ଦରକାର । କାରଣ କୀଟ ବିନା ଫସଲ ସମ୍ଭବନୁହଁ । ତେବେ କୀଟ 2 ପ୍ରକାରର ହୋଇଥାଏ ଶାକାହାରୀ ଓ ମାଂସାହାରୀ । ଶାକାହାରୀ କୀଟ ପତ୍ର, ଫୁଲ ଓ ଫଳ ଖାଇ ବଞ୍ଚୁଥିବାବେଳେ ମାଂସାହାରୀ କୀଟ ଶାକାହାରୀ କୀଟକୁ ଖାଇ ବଞ୍ଚିଥାଏ । ଯଦି ଚାଷୀ ଶାକାହାରୀ କୀଟଙ୍କୁ ନିୟନ୍ତ୍ରଣ କରିନଥାଏ ତେବେ ଏହାକୁ ମାଂସାହାରୀ କୀଟ ଖାଇଦେଇଥାଏ ଫଳରେ ଆପେଆପେ ନିୟନ୍ତ୍ରଣ ହୋଇଯାଇଥାଏ ।

ତେବେ ହିସାର, ହିରସା, ଫତେହାବାଦ ଓ ଅନ୍ୟ ଜିଲ୍ଲାର ଚାଷୀଙ୍କ ସମେତ ପଞ୍ଜାବର ମଧ୍ୟ ଅନେକ ଜିଲ୍ଲାର ଚାଷୀ ମାନେ ଏହି ଶିକ୍ଷା ନେଉଛନ୍ତି । ଯାହାଦ୍ବାରା ସେମାନେ କପା, ଧାନ, ଗହମ, ଆଖୁ ଚାଷ ଓ ବିଭିନ୍ନ ପ୍ରକାର ପରିବା ଚାଷ ବିନା କୀଟନାଶକ ଔଷଧରେ ବହୁତ ଭଲ ଭାବେ କରିପାରୁଛନ୍ତି ।

ଚାଷୀଙ୍କର ଏହି ପଦ୍ଧତିରେ ମୋହର ଲାଗାଇଥିବା ରାଷ୍ଟ୍ରୀୟ ସମେକିତ ନାଶୀଜିବ ପ୍ରବନ୍ଧନ ଅନୁସନ୍ଧାନ କେନ୍ଦ୍ର ଦ୍ବାରା ଜାରି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛିଯେ, ଚାଷୀଙ୍କ ଦ୍ବାରା ଦିଆଯାଉଥିବା ଏହି ଜ୍ଞାନକୁ ଆପଣାଇ ଫସଲରେ ଅଜଥାରେ ଖର୍ଚ୍ଚ ହେଉଥିବା ଟଙ୍କାକୁ କମ କରନ୍ତୁ ଆଉ ବିନା କୀଟନାଶକ ସାରରେ ଫସଲ ଚାଷ କରନ୍ତୁ । ଏହାଦ୍ବାରା ଖାଇବାକୁ ମଧ୍ୟ ଜହର ମୁକ୍ତ କରନ୍ତୁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.