ETV Bharat / briefs

ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ନାମାଙ୍କନ ପତ୍ର ଦାଖଲ

47ନଂ ବିଧାନସଭା ନିର୍ବାଚନମଣ୍ଡଳୀ ଚାନ୍ଦବାଲିରୁ ବିଜେଡି ପ୍ରାର୍ଥୀ ଭାବେ ଦ୍ୱିତୀୟ ଥର ପାଇଁ ବ୍ୟୋମକେଶ ରାୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ
author img

By

Published : Apr 6, 2019, 4:41 AM IST

ଭଦ୍ରକ: ବିଜେଡି ପକ୍ଷରୁ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । 47ନଂ ବିଧାନସଭା ନିର୍ବାଚନମଣ୍ଡଳୀ ଚାନ୍ଦବାଲିରୁ ବିଜେଡି ପ୍ରାର୍ଥୀ ଭାବେ ବ୍ୟୋମକେଶ ରାୟ ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁସାରେ, ଦଳ ପକ୍ଷରୁ ତାଙ୍କୁ 2ୟଥର ପାଇଁ ପୁଣି ଟିକେଟ ମିଳିଛି । ତେବେ ଏନେଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ଯବାଦ ଜଣାଇଛନ୍ତି । ଶୁକ୍ରବାର ଦିନ ସେ ହଜାର ହଜାର ସମର୍ଥକ ମାନଙ୍କ ସହ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେଠାରେ ବ୍ୟୋମକେଶ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

5ବର୍ଷର ବିକାଶଧାରା ଆଗକୁ ବଢାଇ ଚାନ୍ଦବାଲିକୁ ବିକଶିତ ଅଞ୍ଚଳରେ ପରିବର୍ତ୍ତନ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ବ୍ୟୋମକେଶ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.