ETV Bharat / briefs

ଏସ୍ ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଲେ ଚୀନ ବୈଦେଶିକ ମନ୍ତ୍ରୀ

64 ବର୍ଷୀୟ ଜୟଶଙ୍କର ଦେଶର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ।

author img

By

Published : Jun 1, 2019, 9:00 PM IST

ଫାଇଲ ଫଟୋ

ବେଜିଂ: ଭାରତର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଏସ ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ । ଏଥିସହିତ ଦ୍ବିପାକ୍ଷିକ ସମ୍ବନ୍ଧର ବିକାଶରେ ତାଙ୍କର ସକରାତ୍ମକ ଯୋଗଦାନ ପାଇଁ ପ୍ରଶଂସା ମଧ୍ୟ କରିଥିଲେ । ତେବେ ୱାଙ୍ଗ ୟୀ ଚୀନ ଏବଂ ଭାରତର ସମ୍ପର୍କରେ ପ୍ରଗତି ଆଣିବା ଲାଗି ତାଙ୍କ ସହ କାମ କରିବାରେ ତତ୍ପରତା ଦେଖାଇଛନ୍ତି।

ଭାରତର ବୈଦେଶିକ ସଚିବ ପଦରୁ ଅବସର ନେବାର 16 ମାସ ପରେ 64 ବର୍ଷିୟ ଜୟଶଙ୍କରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି କରିଛନ୍ତି । ମୋଦିଙ୍କ ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବୈଦେଶିକ ବିଭାଗକୁ ରାଜନୈତିକ ସ୍ତରରେ ସୁଦୃଢ କରିବା ଲକ୍ଷ୍ୟରେ ମୋଦି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ, ଜୟଶଙ୍କର 2015ରୁ 2018 ପର୍ଯ୍ୟନ୍ତ ଭାରତର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ 1977ରେ ଆଇଏଫଏସରେ ଯୋଗ ଦେଇଥିଲେ । ଭାରତର ବୈଦେଶିକ ସଚିବ ହେବା ପୂର୍ବରୁ ଆମେରିକା, ଚୀନ ଭଳି ଗଣରାଜ୍ୟ ପାଇଁ ସେ ଭାରତର ରାଷ୍ଟ୍ରଦୂତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେହିପରି ସିଙ୍ଗାପୁରରେ ଭାରତୀୟ ହାଇକମିଶନର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଖରେ ରହିଛି ।

2012ରେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଚୀନ ଗସ୍ତରେ ଯାଇଥିଲେ । ସେଠାରେ ସେ ପ୍ରଥମ ଥର ପାଇଁ ଜୟଶଙ୍କରଙ୍କୁ ଭେଟିଥିଲେ ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.