ନୂଆଦିଲ୍ଲୀ: ଗତ 20 ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ସଂସଦର ବଜେଟ ଅଧିବେଶନ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଏହି ଆଲୋଚନା ଦୁଇଦିନଧରି ହେବାକୁ ଥିବା ବେଳେ କାଲି ପ୍ରଥମେ ଲୋକସଭାରେ ଓଡିଆ ସାଂସଦ ତଥା ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଲୋଚନା ଆରମ୍ଭ କରିବେ ।
ରାଜ୍ୟସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ କରିବେ । ଅନ୍ୟପଟେ ଆସନ୍ତା କାଲି ମଧ୍ୟ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ସକାଳ ସକାଳ 9ଟା 30ରେ ସିସିିଇଏ ବୈଠକ ବସିବାକୁ ଥିବା ବେଳେ 9ଟା 35ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଉଭୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିବେ ।