ETV Bharat / briefs

ଟ୍ବିଇନ୍‌ ସିଟିରେ ବଢୁଛି ଧଳା ଜହର କାରବାର

ଦିନକୁ ଦିନ ଧଳା ଜହର ନିଶାରେ ଡୁବିଲେଣି ଟୁଇନସିଟି ବାସିନ୍ଦା। ଦିନକରେ ପାଖାପାଖି 73ଗ୍ରାମର ବ୍ରାଉନସୁଗାର ସହ 2ଜଣଙ୍କୁ ଗିରଫ କରିଛି ପୋଲିସ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ, ଭୁବନେଶ୍ବର
author img

By

Published : May 17, 2019, 11:21 PM IST

କଟକ/ ଭୁବନେଶ୍ବର: କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ହାତରେ ଲାଗିଲା 53 ଗ୍ରାମର ବ୍ରାଉନସୁଗାର। ଯାହାର ମୂଲ୍ୟ ଆନୁମାନିକ 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି । ସୂଚନାମୁତାବକ ଭୁବନେଶ୍ବରର ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ଦୁର୍ବୁତ୍ତ ବ୍ରାଉନସୁଗାର କାରବାର କରିବା ସମୟରେ ବିଭାଗୀୟ କର୍ମଚାରୀଙ୍କ ହାତରେ ଧରା ପଡିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର କୃଷ୍ଣଚନ୍ଦ୍ର ନାଥ ।

ସେହିପରି ରାଜଧାନୀର ନୟାପଲ୍ଲୀ ଥାନା ପୋଲିସ ଓ କିୟ୍ୟୁଏଟିର ମିଳିତ ଉଦ୍ୟମରେ ସଲିଆ ସାହିର ମୁଣ୍ଡାସାହି ନିକଟରେ ବୁଲୁ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ତେବେ ବ୍ରାଉନସୁଗାର କାରବାର କରୁଥିବା ସମୟରେ ସେ ଧରା ପଡିଛି। ଗିରଫ ବ୍ୟକ୍ତି ଠାରୁ ୨୦ ଗ୍ରାମର ବ୍ରାଉନସୁଗାର ସହ ୫ହଜାର ଟଙ୍କା, ଗୋଟିଏ ବାଇକ୍ ଓ ଏକ ମୋବାଇଲ ଫୋନ ପୋଲିସ ଜବତ କରିଛି। ସେ ଜଳେଶ୍ଵରରୁ ବ୍ରାଉନ ସୁଗାର ଆଣି ରାଜଧାନୀରେ ବିକୁଥିବା ପୋଲିସକୁ କହିଛି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ, ଭୁବନେଶ୍ବର

ବ୍ରାଉନସୁଗାର ବ୍ୟବସାୟୀ ବୁଲୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହଳଦୀ ପଡିଆ ବସ୍ତି ପରେ ଏବେ ସଲିଆସହି ପାଲଟିଛି ଧଳା ଜହରର କାରବାରର ପେଣ୍ଠସ୍ଥଳ । ସେଠାରେ ବ୍ରାଉନସୁଗାର ଅଧିକ ପରିମାଣରେ ବିକ୍ରି ହେଉଥିବାର ନଜରକୁ ଆସୁଛି । ଶୁକ୍ରବାର ଦିନ ପୋଲିସ୍‌କୁ ସଲିଆ ସାହି ବ୍ରାଉନସୁଗାର କାରବାର ହେଇଥିବା ସୂଚନା ମିଳିଥିଲା।

ଏହାପରେ ନୟାପଲ୍ଲୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚଢଉ କରିଥିଲା । ତେବେ ଗିରଫ ହୋଇଥିବା ବୁଲୁ ନାମରେ ନୟାପଲ୍ଲୀ ଥାନାରେ ଏକାଧିକ ମାମଲା ରହିଛି । ଏନେଇ ପୋଲିସ ତଦନ୍ତ ଜାରି ରହିଛି ।

କଟକରୁ ପ୍ରଭୁକଲ୍ଯାଣ ପାଲ୍‌ ଏବଂ ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.