ETV Bharat / briefs

ବ୍ରହ୍ମପୁରରେ ଜମିଲାଣି ନିର୍ବାଚନ ପ୍ରଚାର

ବିଜେଡିର ଏହି ଦୁଇ ନେତା ସହରର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଏହାସହ ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମକୁ ଲୋକଙ୍କୁ ବୁଝାଉଛନ୍ତି । ଆସନ୍ତା 29 ତାରିଖରୁ ପ୍ରଚାର ଆରମ୍ଭ ହେବାକୁ ଥିବାବେଳେ ଏବେଠୁ ଏହି ଦୁଇ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର ଆରମ୍ଭ କଲେଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Mar 27, 2019, 11:32 PM IST

Updated : Mar 28, 2019, 9:25 AM IST

ବ୍ରହ୍ମପୁର: ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ବ୍ରହ୍ମପୁର ସହରରୁ ଦଳୀୟ ପ୍ରଚାର ଆରମ୍ଭ କରିଛି ଶାସକ ବିଜେଡି । ଦଳର ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ବିଧାନସଭା ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ବ୍ୟକ୍ତିଗତ ଭାବରେ ପ୍ରଚାର ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ନିର୍ବାଚନ ପାଇଁ ଏବେ ବିଜେଡିର ଏହି ଦୁଇ ନେତା ସହରର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଏହାସହ ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମକୁ ଲୋକଙ୍କୁ ବୁଝାଉଛନ୍ତି । ଆସନ୍ତା 29 ତାରିଖରୁ ପ୍ରଚାର ଆରମ୍ଭ ହେବାକୁ ଥିବାବେଳେ ଏବେଠୁ ଏହି ଦୁଇ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର ଆରମ୍ଭ କଲେଣି।

ଏହି ଅବସରରେ ସହରର ଚାମ୍ବର୍ସ ଅଫ କର୍ମସର କର୍ମକର୍ତ୍ତାଙ୍କ ସମେତ ବହୁ ବ୍ୟବସାୟୀଙ୍କୁ ନେଇ ସହରର ବିକାଶମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 28, 2019, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.