ETV Bharat / briefs

ନିଶା କବଳରେ ବଲିଉଡ ସେଲିବ୍ରିଟି, ଜାଣନ୍ତୁ ଭାରତରେ କ'ଣ ରହିଛି ସ୍ଥିତି... - ନିଶା କବଳରେ ବଲିଉଡ ସେଲିବ୍ରିଟି

ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (INCB) 2007 ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ବ୍ୟବହାର ଦ୍ବାରା ପ୍ରତି ଲୋକଙ୍କ ମୂଲ୍ୟ, ଆଚରଣ ଓ ମନୋବିଜ୍ଞାନ ପ୍ରଭାବିତ ହୋଇପାରେ। ସେଲିବ୍ରିଟିଙ୍କୁ ଏହି ବ୍ୟବହାରରୁ ବିରତ ରଖିବା ଏକ କଠିନ କାର୍ଯ୍ୟ ହୋଇପାରେ କିନ୍ତୁ ଅନେକ ବିଖ୍ୟାତ ବ୍ୟକ୍ତି ପ୍ରାୟତଃ ଡ୍ରଗ୍ସ ଓ ନିଶା ସହିତ ଲଢିଥିବାର ଦୃଷ୍ଟାନ୍ତ ରହିଛି ।

ବଲିଉଡ ସେଲିବ୍ରିଟି
ବଲିଉଡ ସେଲିବ୍ରିଟି
author img

By

Published : Sep 10, 2020, 10:13 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (INCB) 2007 ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ବ୍ୟବହାର ଦ୍ବାରା ପ୍ରତି ଲୋକଙ୍କ ମୂଲ୍ୟ, ଆଚରଣ ଓ ମନୋବିଜ୍ଞାନ ପ୍ରଭାବିତ ହୋଇପାରେ। ସେଲିବ୍ରିଟିଙ୍କୁ ଏହି ବ୍ୟବହାରରୁ ବିରତ ରଖିବା ଏକ କଠିନ କାର୍ଯ୍ୟ ହୋଇପାରେ କିନ୍ତୁ ଅନେକ ବିଖ୍ୟାତ ବ୍ୟକ୍ତି ପ୍ରାୟତଃ ଡ୍ରଗ୍ସ ଓ ନିଶା ସହିତ ଲଢିଥିବାର ଦୃଷ୍ଟାନ୍ତ ରହିଛି ।

ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍ ଷ୍ଟଡି ରିପୋର୍ଟ ଅନୁଯାୟୀ, 2017ରେ 7,50,000ରୁ ଅଧିକ ମୃତ୍ୟୁ ପାଇଁ ବିଶ୍ବସ୍ତରରେ ବେଆଇନ ଡ୍ରଗ୍ ବ୍ୟବହାର ଦ୍ବାରା ହୋଇଛି । ଏହା ବିଶ୍ବସ୍ତରରେ ହେଉଥିବା ମୃତ୍ୟୁଠାରୁ ଦୁଇଗୁଣ । ଭାରତରେ ଏହା ଜନିତ ମୃତ୍ୟୁ ସଂଖ୍ୟା 22 ହଜାର ଥିଲା ।

ବେଆଇନ ଡ୍ରଗ୍ସ ବ୍ୟବହାର ପ୍ରତିବର୍ଷ 5,85,000ରୁ ଅଧିକ ମୃତ୍ୟୁ ପାଇଁ ଦାୟୀ । 80 ପ୍ରତିଶତ ଲୋକ ଡ୍ରଗ୍ସ କାରଣରୁ ଶ୍ରୀଘ୍ର ମୃତ୍ୟୁବରଣ କରିଥାନ୍ତି । ଅବୈଧ ଔଷଧ ସେବନ ଦ୍ବାରା ଆତ୍ମହତ୍ୟା, ଯକୃତ ରୋଗ, ହେପାଟାଇଟିସ୍, କର୍କଟ ଓ ଏଚଆଇଭି ଭଳି ରୋଗ ମଧ୍ୟ ହୋଇଥାଏ । 2017ରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ମଧ୍ୟରୁ 42 ପ୍ରତିଶତ 50 ବର୍ଷରୁ କମ୍ ଥିଲେ ।

ଡ୍ରଗ୍ସ ଦ୍ବାରା ଅଭ୍ୟସ୍ତ 10 ବଲିଉଡ ସେଲିବ୍ରିଟି-

  1. ସଞ୍ଜୟ ଦତ୍ତଙ୍କ ମାମଲା ଜନସାଧାରଣଙ୍କ ପାଇଁ ଅଜଣା ନୁହେଁ । ଡ୍ରଗ୍ସ ପାଇଁ 1982 ମସିହାରେ ମୁନ୍ନା ଭାଇଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ପିତାଙ୍କ ପରାମର୍ଶରେ ଆମେରିକା ଚିକିତ୍ସିତ ହେବାକୁ ଯାଇଥିଲେ । ସେବେଠାରୁ ସେ ଜଣେ ପରିବର୍ତ୍ତିତ ହୋଇଛନ୍ତି । ସେ ଥରେ କହିଥିଲେ ଯେ ଦୁନିଆରେ କୌଣସି ଡ୍ରଗ୍ସ ନାହିଁ ଯାହା ସେ ଏପର୍ଯ୍ୟନ୍ତ ନେଇ ନାହାଁନ୍ତି ।
  2. ନିଶା ଓ ମଦ୍ୟପାନ ବିରୋଧି ଲଢେଇରେ ପୂଜାଭଟ୍ଟ ଜଣେ ଚର୍ଚ୍ଚିତ ଚେହେରା । ସେ 16 ବର୍ଷ ବୟସରୁ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ।
  3. ରକଷ୍ଟାର ଅଭିନେତା ରଣବୀର କପୁର ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ସ୍ବୀକାର କରିଛନ୍ତି ଯେ ସେ ଗଞ୍ଜେଇ ସେବନ କରିଛନ୍ତି । ଯେତେବେଳେ ସେ ଅଭିନୟ ବିଦ୍ୟାଳୟରେ ପଢୁଥିଲେ ନିୟମିତ ଭାବରେ ସେ ଡ୍ରଗ୍ସ ନେଇଛନ୍ତି ।
  4. ନେପାଳରେ ଜନ୍ମିତ ମନୀଷା କୋଏରାଲା ମଧ୍ୟ କହିଥିଲେ ଯେ ମଦ୍ୟପାନ ଓ ବିଷାକ୍ତ ଡ୍ରଗ୍ସ କିପରି ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥିଲା । ଯେଉଁଥିପାଇଁ ତାଙ୍କୁ କର୍କଟର ଶିକାର ହେବାକୁ ପଡିଥିଲା ।
  5. ରାପର୍ ହନି ସିଂ ଗ୍ରାଫିକ୍ ଲିରିକ୍ସ ଓ ରକଷ୍ଟାର ଜୀବନଶୈଳୀ ପାଇଁ ଜଣାଶୁଣା । ଏହାସହ ମଦ୍ୟପାନ ଓ ନିଶା ପାଇଁ ମଧ୍ୟ ଜଣାଶୁଣା । ସେ ଏହାକୁ ନେଇ କହିଥିଲେ ଯେ, ମୁଁ ସ୍ବୀକାର କରୁଛି ଯେ ମୁଁ ବାଇପୋଲାର୍ ଥିଲି ଓ ମଦ୍ୟପ ଥିଲି ।
  6. ବଲିଉଡରେ ସଫଳତାର ପାହାଚ ଚଢୁଥିବା ଫରିଦିନ୍ ଖାନ ମଧ୍ୟ ନିଶା ସେବନ କରୁଥିଲେ । 2001 ମସିହାରେ ସେ ଏକ ବଡ ବିବାଦ ଘେରରେ ଫସିଯାଇଥିଲେ । ତାଙ୍କ ଘରୁ ମୁମ୍ବାଇ ପୋଲିସ ଡ୍ରଗ୍ସ ଜବତ କରି ଗିରଫ କରିଥିଲା ଏବଂ ପରେ ସେ ଡିଟକ୍ସଫିକେସନ୍ ପାଠ୍ୟକ୍ରମ କରିଥିଲେ। ପରେ ତାଙ୍କୁ ଜାମିନ୍ ମିଳିଥିଲା ।
  7. ସ୍ବର୍ଗତ ଅଭିନେତ୍ରୀ ସ୍ମିତା ପାଟିଲ ଏବଂ ରାଜ ବାବରଙ୍କ ପୁତ୍ର ପ୍ରତୀକ ବାବର 2008 ମସିହାରେ ଚଳଚ୍ଚିତ୍ର ‘ଧୋବି ଘାଟ’ରେ ଡେବ୍ୟୁ କରିଥିଲେ । ପରେ ସେ ନିଶା ସେବନର ଶିକାର ହୋଇଥିଲେ।
  8. ପରଭିନ ବାବିଙ୍କର କ୍ୟାରିଅର୍ ବିବାଦରେ ପରିପୂର୍ଣ୍ଣ ରହିଥିଲା । ତାଙ୍କର ଅକାଳ ବିୟୋଗ ପରେ ମଧ୍ୟ ସର୍ବଦା ଲାଇମଲାଇଟରେ ସେ ରହିଆସିଥିଲେ । ମହେଶ ଭଟ୍ଟଙ୍କ ସହ ବ୍ରେକ୍ ଅପ୍ ପରେ ସେ ଏଲଏସଡି ଡ୍ରଗ୍ସର ଶିକାର ହୋଇଥିଲେ ।
  9. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ ନିଜ ନାଁକୁ ଖରାପ କରିବାରେ ଏକ ପ୍ରକାର ଲାଗିପଡିଥିଲେ ବୋଲି କୁହାଯାଇପାରିବ । ପତ୍ନୀଙ୍କୁ ମାଡ ମାରିବା ଓ କୋକେନ ନେବା ତାଙ୍କର ଯେମିତି ସଉକ୍ ଥିଲା ।
  10. 2016ର ବହୁ କୋଟି ଏଫେଡ୍ରାଇନ୍ ଡ୍ରଗ୍ସ ମାମଲାରେ ମମତା କୁଲକର୍ଣ୍ଣି ଅଭିଯୁକ୍ତ। ଏହାସହ ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଥିଲା ।

ଭାରତରେ ଡ୍ରଗ୍ସର ବ୍ୟବହାର-

ଭାରତରେ 2018ରେ 2.3 କୋଟି ଲୋକ ଓପିଓଏଡ୍, ହେରୋଇନ୍ (ବ୍ରାଉନ୍ ସୁଗାର, ସ୍ମାକ୍) ଓ ଫାର୍ମା ଓପିଓଏଡ୍ ସେବନ କରିଛନ୍ତି । ହେରୋଇନ ସେବନ ଅଧିକା ରହିଛି । 14 ବର୍ଷରେ 5 ଗୁଣ ଡ୍ରଗ୍ସ ବୃଦ୍ଧି ପାଇଛି । 2004ରେ ଓପିଓଏଡ୍ ବ୍ୟବହାର 20 ହଜାର ରହିଥିଲା ।

ଭାରତରେ 2.8 ପ୍ରତିଶତ ଜନସଂଖ୍ୟା ଅର୍ଥାତ 3.1 କୋଟି ଲୋକ ଗଞ୍ଜେଇ ବ୍ୟବହାର କରନ୍ତି । ସେଥିମଧ୍ୟରୁ 1.2% ଲୋକେ ହ୍ୟାସ୍ ଓ ହ୍ୟାଶିସ୍ ଡ୍ରଗ୍ସ ଖାଉଥିବାବେଳେ ବାକି ଓପିଓଏଡ୍ ସେବନ କରନ୍ତି । ଆମ ଦେଶରେ ଓପିଓଏଡ ବ୍ୟବହାର ଆଇନଗତ କିନ୍ତୁ ହ୍ୟାସ୍ ଓ ହ୍ୟାସିଶ ବେଆଇନ ଅଟେ ।

ଭାରତରେ ଅଧିକାଂଶ ଗଞ୍ଜେଇ ଖାଉଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ପଞ୍ଜାବ, ସିକ୍କିମ୍, ଛତିଶଗଡ ଏବଂ ଦିଲ୍ଲୀ। ବିଶ୍ବସ୍ତରରେ ଭାରତରେ ବେଆଇନ ବ୍ୟବହାର ବହୁତ କମ୍, ଏକ ତୃତୀୟାଂଶରୁ କମ୍। ଓପିଓଏଡର ବ୍ୟବହାର ବିଶ୍ବର ହାରାହାରି ବ୍ୟବହାରର ତିନି ଗୁଣରୁ ଅଧିକ । ଏମ୍ସ ସର୍ବେକ୍ଷଣ ଅନୁଯାୟୀ, 2018ରେ 2.3 କୋଟି ଲୋକ ଓପିଓଏଡ୍ ଖାଇଥିଲେ ।

ଡ୍ରଗ୍ସ ବ୍ୟବହାର କରିବା ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା-

  • ଡ୍ରଗ୍ସ ବ୍ୟବହାର ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯେପରିକି ଚିନ୍ତା, ଉଦାସୀନତା ଓ ସାଇକୋସିସ୍ ବଢାଇଥାଏ ।
  • କେତେକ ଡ୍ରଗ୍ସ ବହୁତ ମହଙ୍ଗା ହୋଇଥାଏ । ତେଣୁ ଆର୍ଥିକ ସମସ୍ୟା ଉପୁଜିବାର ମଧ୍ୟ ସମ୍ଭାବନା ରହିଛି ।
  • ଡ୍ରଗ୍ସ ଆଚରଣ ବଦଳାଇପାରେ । ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମ୍ପର୍କକୁ ପ୍ରଭାବିତ କରିପାରେ ।
  • ଡ୍ରଗ୍ସର ସେବନ ଅନେକ ଦୂରାରୋଗ୍ୟ ବ୍ୟାଧିକୁ ଡାକି ଆଣିଥାଏ । ଯେପରିକି, ଏଚଆଇଭି, ହେପାଟାଇଟିସ୍, କର୍କଟ ଇତ୍ୟାଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.