ETV Bharat / briefs

‘ଫନି’ ପାଇଁ ରାଜଧାନୀରେ ରନ୍ଧାଖାଦ୍ୟ ବ୍ୟବସ୍ଥା କଲା ବିଏମସି - ଆଶ୍ରୟସ୍ଥଳୀ

ବାତ୍ୟା ଫୋନିର ମୁକାବିଲା ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ଖୋଲିଛି ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ । ଏହି ଆଶ୍ରୟସ୍ଥଳୀ ଗୁଡିକରେ ରନ୍ଧା ଖାଦ୍ଯ ମିଳିବାର ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟାରୁ ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ସହ ୫୦ଟି ପମ୍ପସେଟ ଦ୍ୱାରା ବିଭିନ୍ନ ଡ୍ରେନ ଓ ଜଳବନ୍ଦୀ ସ୍ଥାନରୁ ଜଳ ନିଷ୍କାସନ କରାଯିବା ବ୍ୟବସ୍ଥା ହୋଇଛି ବୋଲି ବିଏମସି କମିଶନର ସମର୍ଥ ବର୍ମା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : May 2, 2019, 8:36 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଫନିର ମୁକାବିଲା ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ଖୋଲିଛି ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ । ଏହି ଆଶ୍ରୟସ୍ଥଳୀ ଗୁଡିକରେ ରନ୍ଧା ଖାଦ୍ଯ ମିଳିବାର ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟାରୁ ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବା ସହ ୫୦ଟି ପମ୍ପସେଟ ଦ୍ୱାରା ବିଭିନ୍ନ ଡ୍ରେନ ଓ ଜଳବନ୍ଦୀ ସ୍ଥାନରୁ ଜଳ ନିଷ୍କାସନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ବିଏମସି କମିଶନର ସମର୍ଥ ବର୍ମା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ବିଏମସି ପ୍ରଶାସନ ବିଭିନ୍ନ ବସ୍ତିରେ କଚାଘରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବାର ବ୍ୟବସ୍ଥା କରିଛି । ଆଜି ସନ୍ଧ୍ୟାଠାରୁ ଆରମ୍ଭ ହୋଇଥିବା ସ୍ଥାନାନ୍ତର ପ୍ରକ୍ରିୟାରେ ୫୦ ହଜାର ଲୋକଙ୍କ ସ୍ଥାନାନ୍ତର କରାଯିବ। ପ୍ରତି ଆଶ୍ରୟସ୍ଥଳୀ ଦାୟିତ୍ବରେ ଜଣେ ଜଣେ ନୋଡାଲ ଅଫିସର ରହିବେ। ସେସବୁ ଅଞ୍ଚଳରେ ଥିବା ସ୍ଥାନୀୟ ନେତୃତ୍ୱ, ବିଭିନ୍ନ ବେସରକାରୀ ଅନୁଷ୍ଠାନର ସହାୟତାରେ ସାଧାରଣ ଲୋକଙ୍କୁ ସଚେତନ କରାଯିବ। ଏହା ସହିତ ଜିଲ୍ଲା ପ୍ରଶାସନର ପଶୁପାଳନ ବିଭାଗ ଦ୍ଵାରା ବୁଲା ଗୋରୁ ଗାଈଙ୍କୁ ରଖାଯିବ ଓ ସେମାନଙ୍କୁ ଗୋଖାଦ୍ୟ ଦିଆଯିବ ବୋଲି ଶ୍ରୀ ବର୍ମା କହିଛନ୍ତି । ସତର୍କତା ଓ ସୂଚନା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ସମସ୍ତ ଜନସାଧାରଣଙ୍କୁ ସୁବିଧା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଏମସି କର୍ତ୍ତୃପକ୍ଷ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.