ETV Bharat / briefs

ପାୱାରଫୁଲ ହେବ ବିଜେପି, ସାମିଲ ହେବେ 9ଲକ୍ଷ ନୂତନ ସଦସ୍ୟ

ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ବିଜେପି ଏବେ ଦଳର ଶକ୍ତି ବୃଦ୍ଧି ପାଇଁ ବିଶାଳ ଯୋଜନା ପ୍ରସ୍ତୁତ କରିଛି । ଆଗାମୀ ତିନିମାସରେ ରାଜ୍ୟରେ ଦଳ ଆହୁରି 9 ଲକ୍ଷ ନୂତନ ସଦସ୍ୟଙ୍କୁ ସାମିଲ କରିବ ।

author img

By

Published : Jun 19, 2019, 12:02 AM IST

ଫାଇଲ ଫଟୋ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେବା ପରଠାରୁ କେବେ ବି ଲଗାତାର ଦୁଇଟି ପର୍ଯ୍ୟାୟରେ ଶାସନ କରିବାକୁ ସୁଯୋଗ ପାଇନଥିଲା । ପ୍ରଥମ ଥର ପାଇଁ ବିଜେପି ଲଗାତାର ଦ୍ବିତୀୟ ଥର ପାଇଁ ଶାସନ କରିବାର ସୁଯୋଗ ପାଇଛି । ଯେଉଁ ବିଶାଳ ସଂଗଠନ ବଳରେ ବିଜେପି ଲଗାତାର କ୍ଷମତାକୁ ଫେରିଛି ସେହି ସଂଗଠନକୁ ଆହୁରି ଶକ୍ତ, ମଜବୁତ କରିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି ।

ବର୍ତ୍ତମାନର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସଭାପତି ଦାୟିତ୍ବ ତୁଳାଇବେ । ତାଙ୍କ ନେତୃତ୍ବରେ ଦଳ ବର୍ଷ ଶେଷ ଆଡକୁ ହେବାକୁ ଥିବା କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିବ । ଶାହାଙ୍କୁ ସହଯୋଗ କରିବା ପାଇଁ ଗତକାଲି ଦଳ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛି । ବିଜେପିର ଯୋଜନା ମୁତାବକ ଉଭୟ ଅମିତ ଓ ନଡ୍ଡାଙ୍କ ମାର୍ଗଦର୍ଶନରେ ନିଜର ଶକ୍ତିକୁ ଆହୁରି ସୁଦୃଢ କରିବ, ଆଗାମୀ ତିନିମାସ ମଧ୍ୟରେ ଦଳ ନିଜ ସଂଗଠନକୁ ଆହୁରି ବିସ୍ତାର କରିବ ।

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପ ସଭାପତି ଶିବରାଜ ସିଂହ ଚୌହାନଙ୍କୁ ସଦସ୍ୟତା ଅଭିଯାନର କେନ୍ଦ୍ରୀୟ ପ୍ରଭାରୀ ଭାବେ ଦଳ ନିଯୁକ୍ତି ଦେଇଛି । ଶିବରାଜ ଚୌହାନ ସାରା ଦେଶରେ ଦଳର ନୂତନ ସଦସ୍ୟତା ବଢାଇବା ପାଇଁ କାମ କରିବେ ଏଥିପାଇଁ ଶିବରାଜଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଣ୍ଟନ କରାଯାଏ।

ଏହିକ୍ରମରେ ଓଡିଶାରେ ମଧ୍ୟ ଦଳ ଯୋରଦାର ସଂଗଠନକୁ ବିସ୍ତାର କରିବ । ଓଡ଼ିଶାରେ ସଦସ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦୁଝରର ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ଓଡ଼ିଶାର ସଦସ୍ୟତା ଅଭିଯାନର ପ୍ରଭାରୀ ଭାବେ ସଦସ୍ୟତା ଅଭିଯାନର କେନ୍ଦ୍ରୀୟ ପ୍ରଭାରୀ ଶିବରାଜ ଚୌହାନ ନିଯୁକ୍ତି ଦେଇଛନ୍ତି ।

ବର୍ତ୍ତମାନ ଓଡିଶାରେ ବିଜେପିର ସଭ୍ୟ ସଂଖ୍ୟା ୩୬ ଲକ୍ଷ ଥିବାବେଳେ, ଚଳିତ ବର୍ଷ ଏହାକୁ ଅଧିକ ୨୫ ପ୍ରତିଶତ ସଭ୍ୟଙ୍କୁ ଦଳରେ ସାମିଲ କରିବା ଯୋଜନା ପ୍ରସ୍ତୁତ ହୋଇଛି । ନୂତନ ସଦସ୍ୟତା ଅଭିଯାନରେ ଦଳ ଅଧିକ ସଂଖ୍ୟାରେ ମହିଳା, ଯୁବକ, ଛାତ୍ରଙ୍କୁ ସାମିଲ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

gggggggggggggggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.