କେନ୍ଦ୍ରାପଡା: ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହା ପୂର୍ବରୁ ଜିଲ୍ଲାର ବିଭିନ୍ନ ବୁଥରେ ସକାଳ ୫.୩୦ରୁ ଆରମ୍ଭ ହୋଇଛି ମକପୋଲ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ରାଜକନିକା ବ୍ଲକ କେଶବାନନ୍ଦ ନୋଡାଲ ଉ.ପ୍ରା. ବିଦ୍ୟାଳୟ ପରିସରରେ ଭୋଟରଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ ଏହି ବୁଥରେ ମତଦାନ କରିବେ ।
ଜିଲ୍ଲାରେ ଶାନ୍ତିଶୃଙ୍ଖଳା ସହିତ ମତଦାନ କାର୍ଯ୍ୟ ସମାପନ ପାଇଁ ସେକ୍ଟର ଅଫିସର ସଞ୍ଜୟ କୁମାର ଜେନା ଭୋଟରଙ୍କୁ ନିବେଦନ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ