ETV Bharat / briefs

ବରଗଡରେ ଶାନ୍ତିପୂର୍ଣ୍ଣଭାବେ ନିର୍ବାଚନ ଶେଷ, ଅପେକ୍ଷା 23 ମଇକୁ - ODISHA

ମୁଖ୍ୟମନ୍ତ୍ରୀ ବିଜେପୁରରୁ ନିର୍ବାଚନ ଲଢିଥିବାରୁ ବରଗଡ ରାଜନୀତିର ଗୁରୁତ୍ବ ବେଶ ବଢିଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Apr 27, 2019, 10:11 AM IST

ବରଗଡ: ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ତିନୋଟି ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା ସୋମବାର ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । ବରଗଡ ସଂସଦୀୟ କ୍ଷେତ୍ରର ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟରେ ଶେଷ ହୋଇଥିବାବେଳେ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି ।

ବରଗଡ ସଂସଦୀୟ କ୍ଷେତ୍ରରେ ପାଞ୍ଚଟି ବିଧାନସଭା ସହ ଲୋକସଭା ଆସନ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାର ପ୍ରାୟ ୧୧ ଲକ୍ଷ ୨୯ ହଜାର ୩୨୬ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ଜିଲ୍ଲାରେ ମତଦାନ ପାଇଁ ୧୩୭୮ ବୁଥ କରାଯାଇଥିବାବେଳେ ସବୁଠି ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଛି ।

ଭି଼ଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ଏକ ମାଓ ପ୍ରବଣ ଜିଲ୍ଲା ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନକୁ ସାରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ବିଜେପୁରରୁ ନିର୍ବାଚନ ଲଢିଥିବାରୁ ବରଗଡ ରାଜନୀତିର ଗୁରୁତ୍ବ ବେଶ ବଢିଯାଇଥିଲା । କିଛି ସାମାନ୍ୟ ଗଣ୍ଡଗୋଳକୁ ବାଦ୍ ଦେଲେ ନିର୍ବାଚନ ପୁରାପୁରି ଶାନ୍ତିପୂର୍ଣ୍ଣ ଥିଲା, ଯେଉଁଥି ପାଇଁ ଜିଲ୍ଲାବାସୀଙ୍କ ସମେତ ପୋଲିସ ମଧ୍ୟ ଆଶ୍ବସ୍ତ ।

ଅନ୍ୟପଟେ ସମସ୍ତ ଇଭିଏମ ଗୁଡିକୁ ଏବେ ଷ୍ଟ୍ରଙ୍ଗରୁମରେ ଥିବାବେଳେ ଭୋଟ ଗଣତିକୁ ଅପେକ୍ଷା କରିଛନ୍ତି ନେତା ଜନତା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

SCS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.