ETV Bharat / briefs

ଚନ୍ଦାପଣକୁ ଦୂର କରିବ ଚାଉଳ ପାଣି - careful

ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକଙ୍କ ଏକ ବଡ ସମସ୍ୟା ହେଉଛି କେଶ ଝଡିବା । ତେଣୁ ଏହାକୁ ନେଇ ଚିନ୍ତିତ ହେବାର କିଛି ନାହିଁ, ଏବେ ଚୁଟକିରେ ଗାୟବ ହେବ ଆପଣଙ୍କ ଅସୁବିଧା । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ...

ପ୍ରତିକାତ୍ମକ ଫଟୋ
author img

By

Published : Jun 19, 2019, 2:39 PM IST

ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକଙ୍କ ଏକ ବଡ ସମସ୍ୟା ହେଉଛି କେଶ ଝଡିବା । ତେବେ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ବହୁତ ଲୋକ ବିଭିନ୍ନ ଉପାୟ ଆପଣାଉଛନ୍ତି । କେବଳ ସେତିକି ନୁହେଁ, ଘଣ୍ଟା ଘଣ୍ଟା ସମୟ ମଧ୍ୟ ପାର୍ଲରରେ ବିତାଇଥାନ୍ତି । ହେଲେ ସେଥିରେ କୌଣସି ଫରକ ଦେଖିବାକୁ ମିଳେ ନାହିଁ ।

ବର୍ତ୍ତମାନ ସମୟରେ କେଶ ଝଡିବାର ମୁଖ୍ୟ କାରଣ ହେଉଛି ଖାଦ୍ୟ ପେୟରେ ଅନିୟମିତତା ଓ ପ୍ରଦୂଷଣ । ତେଣୁ ଏହାକୁ ନେଇ ଚିନ୍ତିତ ହେବାର କିଛି ନାହିଁ, ଏବେ ଚୁଟକିରେ ଗାୟବ ହେବ ଆପଣଙ୍କ ଅସୁବିଧା । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ...

ଚାଉଳ ପାଣି । ଏଥିରେ କେବଳ କାର୍ବୋହାଇଡ୍ରେଟ ନଥାଏ ବରଂ ଏହା ଆମର ଚର୍ମ, ଶରୀର ଓ କେଶ ପାଇଁ ବହୁତ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଓ ମିନେରାଲ୍ସ ରହିଥାଏ । ଏହି ପାଣି କେଶ ପାଇଁ ଏକ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରେ ।

ବ୍ୟବହାର କରିବାର ପ୍ରଣାଳୀ

1. କେଶକୁ ଭଲ ଭାବେ ସାମ୍ପୋରେ ଧୋଇ ନିଅନ୍ତୁ । ଏହାପରେ ଚାଉଳ ପାଣିକୁ କଣ୍ଡିସନର ଭାବେ କେଶରେ ଲଗାନ୍ତୁ । ପରେ ପରେ ଭଲ ଭାବେ ମୁଣ୍ଡରେ ଘଷନ୍ତୁ ଓ କିଛି ସମୟ ପରେ ମୁଣ୍ଡ ଧୋଇ ଦିଅନ୍ତୁ । ଯାହା ଆପଣଙ୍କ କେଶକୁ ସଫ୍ଟ କରିବ ।

2. ଯଦି ଭଲ ରେଜଲ୍ଟ ଦେଖିବାକୁ ଚାହୁଁଛନ୍ତିତେବେ ଏହି ପାଣିକୁ 10 ରୁ 15 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଆପଣ ସପ୍ତାହକୁ 2 ଥର ଏପରି କରିପାରିବେ ।

3. ଛୋଟ ପିଲାଙ୍କ କେଶରେ ଚାଉଳ ପାଣିକୁ ବ୍ୟବହାର କରିବା ଦ୍ବାରା ସେମାନଙ୍କ କେଶ ମୂଳ ସୁଦୃଢ ହୋଇଥାଏ ।

4. ଚାଉଳ ପାଣିରେ ଥିବା ବିଭିନ୍ନ ପୋଷକ ତତ୍ତ୍ବ କେଶକୁ ବଢିବାରେ ସାହାଯ୍ୟ କରେ ।

କିପରି ପ୍ରସ୍ତୁତ କରିବେ ଚାଉଳ ପାଣି

ପ୍ରଥମେ ଚାଉଳକୁ ପାଣିରେ ପକାଇ ଘଣ୍ଟାଏ ପର୍ଯ୍ୟନ୍ତ ପକାଇ ରଖନ୍ତୁ । ପରେ ଏହି ପାଣିକୁ ଆପଣ କେଶରେ ଲଗାନ୍ତୁ । ଧ୍ୟ୍ୟାନ ରଖିଥିବେ ଯେପରି ଏହି ଚାଉଳ ପାଣିକୁ ଗୋଟିଏ ଖୋଲା ପାତ୍ରରେ ରଖନ୍ତୁ । ଏହାସହ ଚାହିଁଲେ ରନ୍ଧା ଚାଉଳର ପେଜକୁ ମୁଣ୍ଡରେ ଲଗାଇପାରିବେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.