ETV Bharat / briefs

ଖୋଲିଲା ବଦ୍ରୀନାଥ ଧାମର କବାଟ, ଅଖଣ୍ଡ ଜ୍ୟୋତିର ଦର୍ଶନ କଲେ ହଜାରେ ଭକ୍ତ

ଆରମ୍ଭ ହେଲା ବଦ୍ରୀନାଥ ଧାମର ଯାତ୍ରା । ଶୁକ୍ରବାର ଦିନ ବ୍ରହ୍ମମୁହୂର୍ତ୍ତ ସମୟ ଭୋର 4ଟା15ରେ ବଦ୍ରୀନାଥଧାମର କବାଟ ଖୋଲାଯାଇଛି।

author img

By

Published : May 10, 2019, 10:18 AM IST

Updated : May 10, 2019, 11:11 AM IST

ଫଟୋ ସୌଜନ୍ଯ: ଇଟିଭି ବ୍ୟୁରୋ

ଡେରାଡୁନ୍‌: ଚାରି ଧାମ ମଧ୍ୟରେ ଅନ୍ୟତମ ବଦ୍ରୀନାଥଧାମର କବାଟ ଶୁକ୍ରବାର ବ୍ରହ୍ମମୁହୂର୍ତ୍ତ ସମୟ ଭୋର 4ଟା15ରେ ଖୋଲାଯାଇଛି । ସମ୍ପୂର୍ଣ୍ଣ ମନ୍ଦିରକୁ ସୁଗନ୍ଧିତ ଫୁଲରେ ସଜାଯାଇଛି । ତେବେ ବଦ୍ରୀନାଥର କବାଟ ଖୋଲାଯିବା ପରେ 6ମାସ ହେଲା ଜଳୁଥିବା ଅଖଣ୍ଡଜ୍ୟୋତିର ଦର୍ଶନ ପ୍ରାୟ 10ହଜାର ଭକ୍ତ କରିଛନ୍ତି । ଏହାସହ ସେଠାରେ 12ହଜାରରୁ ଅଧିକ ଭକ୍ତ ଭଗବାନ ବଦ୍ରୀନାଥଙ୍କ ଦର୍ଶନ ନିମନ୍ତେ ଲାଇନ୍‌ରେ ଛିଡା ହୋଇଥିଲେ ।

ଏହି ଶୁଭ ମୂହୁର୍ତ୍ତରେ ଉତ୍ତରାଖଣ୍ଡର ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ, ପୂର୍ବ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଓ ବଦ୍ରାନାଥର ବିଧାୟକ ମହେନ୍ଦ୍ର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ଯ: ଇଟିଭି ଭାରତ/ଉତ୍ତରାଖଣ୍ଡ

ତେବେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଘୃତ କମ୍ବଳ ପ୍ରସାଦ ରୂପରେ ଦିଆଯାଇଛି । ଶୀତସମୟରେ ଭଗବାନ ବଦ୍ରୀନାଥଙ୍କ ମୂର୍ତ୍ତିକୁ ଶୀତରୁ ରକ୍ଷା କରିବା ପାଇଁ ଏହି ଘୃତ କମ୍ବଳର ବ୍ୟବହାର କରାଯାଇଥାଏ । ପରମ୍ପରା ଅନୁସାରେ ସେଠାକାର ଏକ ସ୍ଥାନୀୟ ଗ୍ରାମ ମାଣାର କନ୍ୟା ସେହି କମ୍ବଳ ତିଆରି କରିଥାନ୍ତି । ସେହି କମ୍ବଳରେ ଘିଅର ପ୍ରଲେପ ଦେଇ ଭଗବାନ ବଦ୍ରୀନାଥଙ୍କୁ ଘୋଡେଇ ଦିଆଯାଇଥାଏ ।

ସୂଚନାଥାଉକି,ପ୍ରତିବର୍ଷ ଶୀତଦିନରେ ଅର୍ଥାତ୍‌ ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ ବଦ୍ରୀନାଥଙ୍କ କବାଟ ବନ୍ଦ କରି ଦିଆଯାଇଥାଏ । ଶୀତମାସ ର ସମାପ୍ତି ପରେ ବସନ୍ତ ପଞ୍ଚମୀ ଦିନ ରାଜପୁରୋହିତଙ୍କ ଦ୍ବାରା କବାଟ ଖୋଲିବାର ସମୟ ନିର୍ଦ୍ଧାରିତ କରାଯାଇଥାଏ । ସେହି ତିଥିରେ ବଦ୍ରୀନାଥଧାମର କବାଟ ଖୋଲାଯାଏ ।

() କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଵିଶେଷ କରି ଟେଲିଫୋନ ସଂଯୋଗୀକରଣ ଓ ବିଦ୍ୟୁତିକରଣ ନେଇ ଆଲୋଚନା ହୋଇଛି। ଟେଲିଫୋନ ସେବା ବ୍ୟାହତ ହେବା ଯୋଗୁଁ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ମୋବାଇଲ ଟାୱାର ଅଚଳ ହୋଇପଡିଛି। କେନ୍ଦ୍ର ସରକାରଙ୍କୁ 60ଟି ସେଲ ଅନ ହ୍ବିଲ ମଗାଯାଇଛି। ସେଥିରୁ ଅଳ୍ପ କିଛି ଆସିଛି। ବାକି ତୁରନ୍ତ ଯୋଗାଇଦେବାକୁ କୁହାଯାଇଛି।
ସେହିପରି ବିଦ୍ୟୁତିକରଣ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଏବେ ଯାଏ ମାତ୍ର 10 ପ୍ରତିଶତ ବିଦ୍ୟୁତ ସଂଯୋଗ ହୋଇଛି। କେବେ ସ୍ୱାଭାବିକ ହେବ କହି ହେବ ନାହିଁ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପଡୋଶୀ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ରାଜ୍ୟରୁ ପ୍ରାୟ 5 ହଜାର କୁଶଳୀ ଶ୍ରମିକଙ୍କୁ ଅଣାଯାଉଛି। ସେମାନଙ୍କୁ କାମରେ ନିୟୋଜିତ କରାଯାଉଛି। 
ପାନୀୟ ଜଳ ଯୋଗାଣ ଉପରେ ସେ କହିଛନ୍ତି, ପୁରୀ, ଭୁବନେଶ୍ୱର ରେ 80 ପ୍ରତିଶତ ପାନୀୟ ଜଳ ଯୋଗାଣ ହୋଇଛି। ଡିଜି ସେଟ ଜରିଆରେ ପାଣି ଯୋଗଣ ସ୍ୱାଭାବିକ କରାଯାଇଛି। 
ବାଇଟ- ଆଦିତ୍ୟ ପ୍ରସାଦ ପାଢ଼ୀ, ମୁଖ୍ୟ ଶାସନ ସଚିବ
Last Updated : May 10, 2019, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.