ETV Bharat / briefs

ଦୋଷୀ ପ୍ରମାଣିତ ହେଲେ ନିର୍ବାଚନ ଲଢିବି ନାହିଁ: ଆଜମ ଖାନ

ବଲିଉଡ ଅଭିନେତ୍ରୀ ତଥା ରାମପୁର ବିଜେପି ପ୍ରାର୍ଥୀ ଜୟପ୍ରଦାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରରେ ଆଜମ ଖାନ। ଜୟପ୍ରଦାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମହିଳା ଆୟୋଗଙ୍କ କ୍ଷୋଭ ପ୍ରକାଶ ସହ କାରଣ ଦର୍ଶାଅ ନୋଟିସ।।

author img

By

Published : Apr 15, 2019, 12:06 PM IST

Updated : Apr 15, 2019, 9:50 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ନୂଆଦିଲ୍ଲୀ: ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରରେ ଉତ୍ତରପ୍ରଦେଶ ରାମପୁରର ସମାଜବାଦୀ ଦଳର ପ୍ରାର୍ଥୀ ଆଜମ ଖାନ । ବଲିଉଡ ଅଭିନେତ୍ରୀ ତଥା ରାମପୁର ବିଜେପି ପ୍ରାର୍ଥୀ ଜୟପ୍ରଦାଙ୍କୁ ନେଇ ସେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଅନ୍ୟପଟେ ଆଜମ ଖାନ ଜୟପ୍ରଦାଙ୍କୁ ନେଇ କୌଣସି ବୟାନ ଦେଇନାହାନ୍ତି ବୋଲି ନିଜ ସଫେଇ ଦେଇଛନ୍ତି ।

  • Azam Khan, Samajwadi Party (SP) in Rampur on his remark, 'main 17 din mein pehchan gaya ki inke niche ka underwear khaki rang ka hai': I haven't named anyone. I know what I should say. If anyone can prove that I named anyone anywhere&insulted anyone,then I'll not contest election pic.twitter.com/ftDtC57ttA

    — ANI UP (@ANINewsUP) April 14, 2019 " class="align-text-top noRightClick twitterSection" data=" ">

ପ୍ରକାଶ ଯେ, ରାମପୁରରେ ଆୟୋଜିତ ଏକ ରାଲିରେ ଜୟପ୍ରଦାଙ୍କ ବିରୋଧରେ 'ଖାକି ଅଣ୍ଡରୱିୟର' ଭଳି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଆଜମ ଖାନ । ତେବେ ଚଳିତ 2019 ଲୋକସଭା ନିର୍ବାଚନରେ ରାମପୁର ଲୋକସଭା ଆସନରୁ ଆଜମ ଖାନଙ୍କୁ ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥୀ ଜୟପ୍ରଦା । ଏକ ସମୟରେ ଜୟପ୍ରଦା ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକ ଥିଲେ । ଆଜମ ଖାନ ତାଙ୍କୁ ରାମପୁର ଆସନରୁ ଲଢିବା ପାଇଁ ଆଣିଥିଲେ ।

  • #WATCH Azam Khan says in Rampur(in apparent reference to jaya prada), "Jisko hum ungli pakadkar Rampur laaye, aapne 10 saal jinse apna pratinidhitva karaya...Uski asliyat samajhne mein aapko 17 baras lage,main 17 din mein pehchan gaya ki inke niche ka underwear khaki rang ka hai" pic.twitter.com/JwIlcth4uQ

ରବିବାର ଆଜମ ଖାନ ଏକ ଜନସଭାରେ ଜୟପ୍ରଦାଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, 'ଯାହାକୁ ଆମେ ଆଙ୍ଗୁଳି ଧରି ରାମପୁର ଆଣିଲୁ, ଆପଣମାନେ ଯାହାକୁ ୧୦ ବର୍ଷ ପ୍ରତିନିଧିତ୍ୱ କରାଇଲେ, ତାଙ୍କୁ ଚିହ୍ନିବାକୁ ଆପଣଙ୍କୁ ୧୭ ବର୍ଷ ଲାଗିଗଲା । କିନ୍ତୁ ମୁଁ ମାତ୍ର ୧୭ ଦିନ ଭିତରେ ତାଙ୍କୁ ଚିହ୍ନି ନେଇଥିଲେ ଯେ, ତାଙ୍କ ଅଣ୍ଡରୱିଅର ରଙ୍ଗ ଖାକି ।' ତେବେ ଆଜମ ନିଜର ଏହି ବୟାନରେ ଜୟପ୍ରଦାଙ୍କ ନାଁ ନେଇନଥିଲେ ମଧ୍ୟ ତାଙ୍କ ନାମକୁ ଏହି ବୟାନରେ ଯୋଡା ଯାଉଛି ।

ସେ କହିଛନ୍ତି ଯେ, ରାମପୁରରେ ମୁଁ 9 ଥର ବିଧାୟକ ଓ ଗୋଟିଏ ଥର ମନ୍ତ୍ରୀ ହୋଇଛି । ତେଣୁ ମୁଁ କଣ କହିବି ତାହା ମୋତେ ଭଲ ଭାବେ ଜଣାଅଛି । ଯଦି କେହି ବ୍ୟକ୍ତି ମୁଁ କହିଥିବା କଥାରେ କାହାର ନାଁ ନେଇଥିବା ପ୍ରମାଣ କରି ଦିଅନ୍ତି, ତେବେ ମୁଁ 2019 ଲୋକସଭା ନିର୍ବାଚନ ଲଢିବି ନାହିଁ । ଏଥିସହିତ ତାଙ୍କ କଥାକୁ ଗଣମାଧ୍ୟମ ବଢେଇଚଢେଇ କରି କହୁଥିବା ସେ ଅଭିଯୋଗ ଆଣିଛନ୍ତି ।

ସେପଟେ ଆଜମ ଖାନଙ୍କ ଏହି ବୟାନରେ କ୍ଷୋଭ ପ୍ରକାଶ କରିଛି ମହିଳା ଆୟୋଗ। ଏହି ପରିପ୍ରେକ୍ଷୀପରେ ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

Intro:Body:

dfg

Conclusion:
Last Updated : Apr 15, 2019, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.