ETV Bharat / briefs

ବାଲେଶ୍ବରରେ ଏଟିଏମ ଲୁଟ୍, ପୋଲିସର ତଦନ୍ତ - investgate

ସୋର କଲେଜ ଛକରେ ଥିବା ଫେଡେରାଲ ବ୍ୟାଙ୍କ ଏଟିଏମ ଲୁଟ ଘଟଣା। ଗତ କିଛି ଦିନ ତଳେ 4 ଜଣ ଏଟିଏମ ଲୁଟେରାଙ୍କୁ ଗିରଫ ପୋଲିସ । ଜିଲ୍ଲାରେ ପୁଣି ଥରେ ଘଟଣାର ପୁନରାବୃତ୍ତି କରି ସିଧାସଳଖ ପୋଲିସକୁ ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 16, 2019, 12:02 PM IST

ବାଲେଶ୍ବର: ରାଜ୍ୟରେ ବଢୁଛି ଅପରାଧ ସଂଖ୍ୟା। ଏହି ପର୍ଯ୍ୟାୟରେ ବାଲେଶ୍ବର ଜିଲ୍ଲାରେ ମାତିଛନ୍ତି ଏଟିଏମ ଲୁଟେରା । ଗତ କିଛି ଦିନ ତଳେ 4 ଜଣ ଏଟିଏମ ଲୁଟେରାଙ୍କୁ ଗିରଫ ହୋଇଥିବା ବେଳେ ମଙ୍ଗଳବାର ବାଲେଶ୍ବରରେ ପୁଣି ଏକ ଏଟିଏମ ଲୁଟ ଘଟଣା ସାମନାକୁ ଆସିଛି । ଜିଲ୍ଲାରେ ଘଟଣାର ପୁନରାବୃତ୍ତି କରି ପୋଲିସକୁ ସିଧାସଳଖ ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ସୋର କଲେଜ ଛକରେ ଥିବା ଫେଡେରାଲ ବ୍ୟାଙ୍କ ଏଟିଏମକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ ତାଡି ନେଇଥିବା ବେଳେ ସେଠାରେ ଲାଗିଥିବା ସିସିଟିଭି ମଧ୍ୟ ତାଡି ଫିଙ୍ଗି ଦେଇଛନ୍ତି । ତେବେ ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଗତ କିଛି ଦିନ ତଳେ ଜିଲ୍ଲାରେ ଏଟିଏମ ଲୁଟ ଘଟଣାରେ ପୋଲିସ ମୁଖ୍ୟ ଆସାମୀ ସହ ତାର 4 ସହଯୋଗୀଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଜିଲ୍ଲାର ସୁରକ୍ଷା ପାଇଁ ପୋଲିସ ରାତିରେ ପାଟ୍ରୋଲିଂ କରୁଛନ୍ତି । ଏହି ପାଟ୍ରୋଲିଂରେ ପୋଲିସ ଢିଲା କରୁଥିବାରୁ ଜିଲ୍ଲାରେ ଏମିତି ଘଟଣା ଘଟୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ସେପଟେ ସୋର ପୋଲିସ ଘଟଣାର ଅଭଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

fgdgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.