ETV Bharat / briefs

ସାଇରନ ବାଜିବାରୁ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ, ଅଭିଯୁକ୍ତ ଫେରାର - accused,

ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମଙ୍ଗଳାବାଗ ସ୍ଥିତ ଏସବିଆଇ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରି ଲୁଟ ଉଦ୍ୟମ କରିଥିଲେ। ତେବେ ସାଇରନ ବାଜିବାରୁ ସେଠାରୁ ଫେରାର ହୋଇଯାଇଥିଲେ ଲୁଟେରା ଦଳ । ଏଭଳି ପଦକ୍ଷେପ ନେଇ ପୋଲିସକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି ଏହି ଗ୍ୟାଙ୍ଗ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 28, 2019, 3:25 PM IST

କଟକ: ସିଲଭରସିଟିରେ ଲୁଟେରାଙ୍କ ଆତଙ୍କ । ରାତି ହେଲେ ସହରର ପ୍ରମୁଖ ସ୍ଥାନରେ ବଢୁଛି ଅପରାଧୀଙ୍କ ପ୍ରାର୍ଦୁଭାବ। ବିଶେଷକରି ଲୋକାରଣ୍ୟ ସ୍ଥାନ ଗୁଡିକରେ ଏମାନଙ୍କ ପତିଆରା ଦେଖିବାକୁ ମିଳୁଛି । ଗୁରୁବାର ମଙ୍ଗଳାବାଗ ଏସବିଆଇ ଶାଖା ବ୍ୟାଙ୍କରୁ ଲୁଟ ଉଦ୍ୟମ ହୋଇଥିଲା । ଯାହା ଥାନାରୁ ମାତ୍ର ଶହେ ମିଟର ଦୂରରେ ଥିଲା । ସହର ମଧ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ କମିଶନରେଟ୍ ପୋଲିସର ସକ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମଙ୍ଗଳାବାଗ ସ୍ଥିତ ଏସବିଆଇ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରି ଲୁଟ ଉଦ୍ୟମ କରିଥିଲେ । ତେବେ ସତର୍କ ଘଣ୍ଟି ବାଜିବାରୁ ସେଠାରୁ ଫେରାର ହୋଇଯାଇଥିଲେ ଲୁଟେରା ଦଳ। ଏଭଳି ପଦକ୍ଷେପ ନେଇ ପୋଲିସକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି ଏହି ଗ୍ୟାଙ୍ଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୂର୍ବରୁ ମଧୁପାଟଣା ଅଞ୍ଚଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ମଧୁପାଟଣା ଥାନା ସାମ୍ନା ଏକ ଗାଡି ପାର୍ଟସ ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଲୁଟେରା । ଯାହାର ଟେର୍ ବର୍ତ୍ତମାନ ସୁଦ୍ଧା ପୋଲିସକୁ ମିଳିନାହିଁ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ଲୁଟେରାଙ୍କ ଆତଙ୍କ । ରାତି ହେଲେ ସହରର ପ୍ରମୁଖ ସ୍ଥାନରେ ଏମାନଙ୍କ ବଢୁଛି ପାଦୃଭାଵ । ବିଶେଷକରି ଲୋକାରଣ୍ୟ ସ୍ଥାନ ରେ ଏମାନଙ୍କ ପତିଆରା ଦେଖିବାକୁ ମିଳୁଛି । ତେବେ ପ୍ରଶ୍ନ ଉଠୁଛି କମିଶନରେଟ ପୋଲିସ ଏହି ଦିଗରେ କେତେ ରହିଛି ସକ୍ରିୟ । ଗତକାଲି ମଙ୍ଗଳାବାଗ ଏସବିଆଇ ଶାଖା ବ୍ୟାଙ୍କ ରୁ ଲୁଟ ହୋଇଥିଲା ଲୁଟ ଉଦ୍ୟମ । ଯାହା ଥାନା ପାଖରୁ ମାତ୍ର ଶହେ ମିଟର ଦୂର । ଯାହା ସାଧାରଣ ରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି ।

Body:ସୂଚନା ଯୋଗ୍ୟ , ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ବ୍ୟାଙ୍କ ମଧ୍ୟ କୁ ପ୍ରବେଶ କରି ଲୁଟ ଉଦ୍ୟମ କରିଥିଲେ । ତେବେ ସତର୍କ ଘଣ୍ଟି ବାଜିବାରୁ ସେଠାରୁ ପଳାୟନ କରିଥିଲେ ଲୁଟେରା । ତେବେ ଏହା କୁହାଯାଇପାରିବ ଯେ । ପୋଲିସ କୁ ସିଧାସଳଖ ଚ୍ୟାଲେଞ୍ଜ କରୁଛି ଏହି ଗ୍ୟାଙ୍ଗ । ଥାନା ପାଖରୁ 100 ମିଟର ଦୂରତା ରେ ଏହି ବ୍ୟାଙ୍କ ରହିଛି। କିନ୍ତୁ ପୋଲିସ କୁ ଆଖିଠାର ଦେବା ରେ ସକ୍ଷମ ହୋଇଛନ୍ତି ଲୁଟେରା

Conclusion:ଏହା ପୂର୍ବରୁ ମଧୁପାଟଣା ଅଞ୍ଚଳ ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ମଧୁପାଟଣା ଥାନା ସାମ୍ନା ଏକ ଗାଡି ପାର୍ଟସ ଦୋକାନ ରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଲୁଟେରା । ଯାହା ପୋଲିସ ପାଇଁ ଵର୍ତମାନ ଏହା ଏକ ବଡ଼ ଚ୍ୟାଲେଞ୍ଜ ।

ବାଇଟ: ଭବାନୀ ଶଙ୍କର ମହାନ୍ତି (ବ୍ୟାଙ୍କ ଚିଫ ମ୍ୟାନେଜର )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.