କଟକ: ଏସସିବିରେ ହେବ ଆଣ୍ଟିଜେନ ପରୀକ୍ଷା। ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ପରୀକ୍ଷା । ଏହା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛି ସ୍ବାସ୍ଥ୍ୟ ବିଭାଗ। ଓପିଡିରେ ଭିଡ କମାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଓପିଡିରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁତୟନ ହେବ ପୋଲିସ। ଅତି ଜରୁରୀ ନଥିଲେ ଓପିଡିକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।
ପିପିଇ କିଟ୍, ଏନ-95 ମାସ୍କର ଷ୍ଟକ ଯାଞ୍ଚ ଓ ଆବଶ୍ୟକ ପଡିଲେ ସିଟି ହସ୍ପିଟାଲକୁ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ। ବିଶେଷକରି ଜିଲ୍ଲାପାଳ, ଆରଡିସି, ଏସସିବି ମେଡିକାଲ ସୁପରଟେଣ୍ଡଣ୍ଟ, ପ୍ରିନ୍ସିପାଲ ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ