ETV Bharat / briefs

ଭୁବନରେ କୋରୋନା ସ୍ଥିତି ନେଇ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ - ଭୁବନ NAC

ଭୁବନରେ କୋରୋନା ସ୍ଥିତି ନେଇ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ । ଏହି ବୈଠକରେ ଜିଲ୍ଲାରେ ସଂକ୍ରମଣକୁ କିପରି ଭାବରେ ରୋକାଯାଇ ପାରିବ ଏବଂ ଅଧିକରୁ ଅଧିକ କୋରୋନା ଟେଷ୍ଟ କରାଯିବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା । ଅଧିକ ପଢନ୍ତୁ...

ଭୁବନରେ କୋରୋନା ସ୍ଥିତି ନେଇ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

author img

By

Published : Aug 12, 2020, 4:21 PM IST

ଢେଙ୍କାନାଳ: ପ୍ରବାସୀଙ୍କ ଫେରିବା ପରେ ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଢେଙ୍କାନାଳ ଜିଲ୍ଲା ଭୁବନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭୁବନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ଛୁଇଁଥିବାବେଳେ ଭୁବନ NACରେ ସଂକ୍ରମିତଙ୍କ ସଂଖ୍ୟା ୧୩୩କୁ ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଡାକିଥିଲେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଏହି ବୈଠକ ଭୁବନ NAC କାର୍ଯ୍ୟାଳୟସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଢେଙ୍କାନାଳ ଜିଲ୍ଲା ସିଡିଏମଓ, ଢେଙ୍କାନାଳ ପି.ଡି, କାମାକ୍ଷାନଗର ଉପଜିଲ୍ଲାପାଳ, ଏସ୍.ଡି.ପି.ଓ, ଭୁବନ ଥାନାଧିକାରୀ, ଭୁବନ ବିଡିଓ, ଭୁବନ ସିଡିପିଓ, ଭୁବନ ଅଗ୍ନିଶମ ବିଭାଗ ଅଧିକାରୀ, ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଭୁବନ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ଜିଲ୍ଲାରେ ସଂକ୍ରମଣକୁ କିପରି ଭାବରେ ରୋକାଯାଇ ପାରିବ ଏବଂ ଅଧିକରୁ ଅଧିକ କୋରୋନା ଟେଷ୍ଟ କରାଯିବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା ।

ପ୍ରଥମ ଥର ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ପ୍ରଥମ ଦିନରେ ମୋଟ ୩୧ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୯ ଜଣଙ୍କର କୋରୋନା ପଜିଟିଭ ଚିହ୍ନଟ କରାଯାଇ ସେମାନଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଭୁବନରେ କୋରୋନା ମହାମାରୀକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଦୃଢ ପଦକ୍ଷେପ ନିଆଯିବା ସହିତ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୩୦୦ରୁ ଅଧିକ ଲୋକଙ୍କ ସ୍ବାବ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.