ETV Bharat / briefs

ଅସଲି ହିରୋଙ୍କ ପାଇଁ ଆଗେଇ ଆସିଲା ଆମ୍ରି ହସ୍ପିଟାଲ

ସାମୁଦ୍ରିକ ଝଡ 'ଫନି' ମାଡରେ କ୍ଷତିଗ୍ରସ୍ତ ଭୁବନେଶ୍ବର ପୁନଃନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ ମେଡିକାଲ ସେବା ଯୋଗାଇଲା ଆମ୍ରି ହସ୍ପିଟାଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 11, 2019, 5:29 PM IST

ଭୁବନେଶ୍ୱର: ସାମୁଦ୍ରିକ ଝଡ 'ଫନି' ମାଡରେ କ୍ଷତିଗ୍ରସ୍ତ ଭୁବନେଶ୍ବରର ପୁନଃନିର୍ମାଣ ପାଇଁ ତତ୍ପର ପ୍ରଶାସନ । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଶହଶହ ସଂଖ୍ୟାର ଶ୍ରମିକ ଓ ଅଧିକାରୀଙ୍କୁ ରାଜଧାନୀର ପୁନରୁଦ୍ଧାର ପାଇଁ ନିୟୋଜିତ କରାଯାଇଛି । ଯେଉଁମାନେ ପ୍ରଚଣ୍ଡ ଖରାକୁ ଖାତିର୍ ନକରି ଦିନରାତି ଏକକରି କାମ କରୁଛନ୍ତି । ଏହି ସମୟରେ ଶ୍ରମିକଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୋଇଉଠିଛି ଆମ୍ରି ହସ୍ପିଟାଲ ।

ହସ୍ପିଟାଲ ପକ୍ଷରୁ 2ଟି ଆମ୍ବୁଲାନ୍ସ ଯୋଗେ ଶ୍ରମିକମାନେ କାମ କରୁଥିବା ସ୍ଥାନରେ ସମସ୍ତ ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି । ବ୍ଲଡ଼ ପ୍ରେସର, ହାର୍ଟବିଟ ମାପିବା ସହିତ ଗ୍ଲୁକୋଜ ପାଣି ପିଇବା ପାଇଁ ମଧ୍ୟ ଦିଆଯାଉଛି । ଏହି ସେବା ଭୁବନେଶ୍ବରରେ ଶନିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହି ସେବା ପୁରୀରେ ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.