ନୂଆଦିଲ୍ଲୀ: ଭାରତୀୟ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆର ସର୍ଭର ଡାଉନ ହେବା କାରଣରୁ ବିମାନସେବା ବାଧାପ୍ରାପ୍ତ ହୋଇଥିଲା । ଫଳରେ ଯାତ୍ରୀଙ୍କୁ 5 ଘଣ୍ଟାରୁ ଅଧିକ ସମୟ ଧରି ବିମାନବନ୍ଦରରେ ହନ୍ତସନ୍ତ ହେବାକୁ ପଡିଥିଲା । ବର୍ତ୍ତମାନ କମ୍ପାନୀର ବୈଷୟିକ ବିଭାଗ ସର୍ଭରକୁ ଠିକ୍ କରିସାରିଥିବାବେଳେ ଯାତ୍ରୀଙ୍କ ଚେକ୍ ଇନ୍ ଆରମ୍ଭ ହୋଇଯାଇଛି ।
ସୂଚନାନୁସାରେ ଶନିବାର ସକାଳ 3.30ରେ ଏୟାର ଇଣ୍ଡିଆର ସର୍ଭରଡାଉନ ହୋଇଯାଇଥିଲା । ଫଳରେ ଚେକ୍ ଇନ ଓ ବୋର୍ଡିଂ ପାସ୍ ନପାଇ ଶହ ଶହ ଯାତ୍ରୀଙ୍କୁ ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ବିମାନବନ୍ଦର ସହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକିବାକୁ ପଡିଥିଲା । ଏବେ ସର୍ଭରକୁ ଠିକ୍ କରି ଦିଆଯାଇଛି ।
ତେବେ ଏୟାର ଲାଇନ୍ସର ସିଟା ସର୍ଭର ଭାରତ ସମେତ ବିଦେଶରେ ଠପ୍ ହୋଇଯାଇଥିଲା । ଫଳରେ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଥିଲା । ସୂଚନାଯୋଗ୍ୟ, ଦିଲ୍ଲୀ ଏବଂ ମୁମ୍ବାଇ ଏୟାରପୋର୍ଟରେ ସବୁଠାରୁ ଅଧିକ ଯାତ୍ରୀ ଫସି ରହିଥିଲେ ।