ETV Bharat / briefs

ଭଦ୍ରକରେ ପୁଣି 92 କୋରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ସ୍ଥାନୀୟ ସଂକ୍ରମଣ - total rises to 2099

ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ସଂକ୍ରମଣ ଏବେ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ଭଦ୍ରକ ଜିଲ୍ଲାରେ ଆଜି ପୁଣି 92 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2099 କୁ ବୃଦ୍ଧି । ଅଧିକ ପଢନ୍ତୁ...

Breaking News
author img

By

Published : Aug 23, 2020, 1:46 PM IST

ଭଦ୍ରକ: ରାଜ୍ୟରେ ଏବେକୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ସଂକ୍ରମଣ ଏବେ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ଭଦ୍ରକ ଜିଲ୍ଲାରେ ଆଜି ପୁଣି 92 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2099 ରେ ପହଞ୍ଚିଛି। ତେବେ ଆଜି 7 ଟି ବ୍ଲକରୁ 64 ଜଣ ଚିହ୍ନଟ ହୋଇଥିବା ବେଳେ 2 ଟି ମୁନିସିପାଲଟିରୁ 22 ଜଣ ଓ ଗୋଟିଏ ଏନଏସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ଅନ୍ୟ ଜିଲ୍ଲାରୁ ଆସିଥିବା 5 ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରେ ପୁଣି 92 କୋରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ସ୍ଥାନୀୟ ସଂକ୍ରମଣ

ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକରୁ ସର୍ବାଧିକ 23 ଜଣ, ବାସୁଦେବପୁର ବ୍ଲକରୁ 17 ଜଣ, ତିହିଡ଼ି ବ୍ଲକରୁ 13 ଜଣ, ଭଦ୍ରକ ଓ ଧାମନଗର ବ୍ଳକରୁ 4 ଜଣ ଲେଖାଏଁ ମୋଟ 8 ଜଣ, ଭଣ୍ଡାରିପୋଖରୀ ବ୍ଲକରୁ 2 ଜଣ ଓ ବନ୍ତ ବ୍ଲକରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକ ମୁନିସିପାଲଟିରୁ 18 ଜଣ, ବାସୁଦେବପୁର ମୁନିସିପାଲଟିରୁ 4 ଜଣ ଚିହ୍ନଟ ହୋଇଥିବା ବେଳେ ଧାମନଗର ଏନଏସିରୁ ଜଣେ କୋରୋନା ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ 92 ଜଣଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି।

ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1108 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗତ 24 ଘଣ୍ଟା ମଧ୍ୟରେ 24 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ 985 ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ମୋଟ 40809 ଟି ନମୁନା ପରୀକ୍ଷା କରାଯାଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.