ETV Bharat / briefs

ରାଜ୍ୟର ବିକାଶ ପାଇଁ କାମ କରିବି: ପିନାକୀ ମିଶ୍ର

ଲୋକସଭା ଆସନରେ ବିଜୟ ମୁକୁଟ ପିନ୍ଧିବା ପରେ ଜନତା ଏବଂ ଦଳୀୟ କର୍ମୀଙ୍କୁ ଜ୍ଞାପନ ଜଣାଇଲେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ।

author img

By

Published : May 24, 2019, 11:26 PM IST

Updated : May 25, 2019, 9:27 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟ ମୁକୁଟ ପିନ୍ଧିଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଠାରୁ 11,714 ଖଣ୍ଡ ଭୋଟ ଅଧିକ ପାଇ ସେ ବିଜୟୀ ହୋଇଛନ୍ତି ।

ଜୟଯୁକ୍ତ ହେବା ପରେ ପିନାକୀ ମହାପ୍ରଭୁ ଜଗନ୍ନାଥ ଏବଂ ପୁରୀ ଜନତାଙ୍କୁ ନିଜ ବିଜୟର ଶ୍ରେୟ ଦେଇଛନ୍ତି । ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବାରୁ ବେଶ୍ ଖୁସି ଅଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଦଳୀୟ କର୍ମୀଙ୍କ ସହଯୋଗ ପାଇଁ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏବେ ନିର୍ବାଚନୀ ବୈତରଣୀ ପାର ହେବା ପରେ ସଂସଦରେ ନିଜ ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଓଡିଶାକୁ ତାର ନିଜସ୍ବ ଅଧିକାରୀ ଦେବାକୁ ଚେଷ୍ଟା କରିବି । ଏଥିସହିତ ବାତ୍ୟା ଫନିରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଖୁବ୍ ଶୀଘ୍ର ଭରଣା କରିବାକୁ ପ୍ରୟାସ କରିବି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 25, 2019, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.