ETV Bharat / briefs

'ଫନି' ବିପନ୍ନଙ୍କୁ ସହାୟତା ଯୋଗାଇବାରେ ବିଫଳ ସରକାର !

ବାତ୍ୟା ବିପନ୍ନଙ୍କୁ ତୁରନ୍ତ ପଲିଥିନ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଗଡ଼ହଳଦିଆ ଏବଂ ମଲ୍ଲିପୁର ଗ୍ରାମ ପଞ୍ଚାୟତବାସୀ ଦାବି କରିଛନ୍ତି ।

author img

By

Published : May 19, 2019, 5:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ସାମୁଦ୍ରିକ ଝଡ 'ଫନି' ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ସରକାର କେତେ ପ୍ରସ୍ତୁତ ଥିଲେ ତାହା ଖୋର୍ଦ୍ଧା ବ୍ଲକ ଗଡ଼ହଳଦିଆ ଏବଂ ମଲ୍ଲିପୁର ଗ୍ରାମପଞ୍ଚାୟତକୁ ଦେଖିଲେ ଜାଣିହୁଏ । ଦିନେ କି ଦୁଇଦିନ ନୁହେଁ ଇତି ମଧ୍ୟରେ ଫନି ଯିବାକୁ ବିତିଯାଇଛି 17 ଦିନ । ହେଲେ ଏଯାବତ୍ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପଲିଥିନ ଖଣ୍ଡେ ପହଞ୍ଚି ପାରିନାହିଁ । ଯାହା ସରକାରୀ କଳର ଅବହେଳାକୁ ପଦାରେ ପକାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବାତ୍ୟା ଫନି କ୍ଷତିଗ୍ରସ୍ତ ବିପନ୍ନଙ୍କ ଉପରେ ଦାଉ ସାଜିଥିବା ବେଳେ ଏବେ ସୂର୍ଯ୍ୟଙ୍କ ଉତ୍ତାପ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ତେଣୁ ବାତ୍ୟାରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ମଧ୍ୟରୁ କିଏ ନିଜସ୍ଵ ଅର୍ଥରେ ନିଜ ଭଙ୍ଗା ଘର ଉପରେ ପଲିଥିନ ପକାଉଛି ତ ଆଉ କାହା ପାଇଁ ଭଗବାନ ହିଁ ସାହା ପାଲଟିଛନ୍ତି । ଦୁର୍ଭାଗ୍ୟର ବିଷୟ ହେଉଛି ଯେ, ପଲିଥିନ ଏବଂ କ୍ଷୟକ୍ଷତି ଆକଳନ ଦାୟିତ୍ୱରେ ଥିବା ରାଜସ୍ୱ ନିରୀକ୍ଷକ କ୍ଷତିଗ୍ରସ୍ତଙ୍କ ନିକଟକୁ ନଯାଇ ବ୍ଲକରେ କିଛି ହୋଇନଥିବା ରିପୋର୍ଟ ପ୍ରଦାନ କରିଛନ୍ତି । ଏଥିପାଇଁ ବାତ୍ୟା ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବାତ୍ୟା ବିପନ୍ନଙ୍କୁ ତୁରନ୍ତ ପଲିଥିନ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.