ETV Bharat / briefs

ହଷ୍ଟେଲ ଛାତ୍ରୀ ଗର୍ଭବତୀ ଘଟଣା: ଗିରଫ ଅଭିଯୁକ୍ତର ଡାକ୍ତରୀ ମାଇନା - capital hospital

ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀ ଗର୍ଭବତୀ ଘଟଣା ସାମନାକୁ ଆସିବା ପରେ ସାଲିଆସାହିରୁ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ପରେ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ତାକୁ ଆଜି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 2, 2019, 9:30 PM IST

ଭୁବନେଶ୍ବର: ସ୍ମାର୍ଟସିଟିର ସରକାରୀ ଏସସିଏସଟି ସ୍କୁଲ ଛାତ୍ରୀ ନିବାସର 4 ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସାଲିଆସାହିରୁ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ପରେ ଅଭିଯୁକ୍ତ ବୁଧାଣୁ ମୁର୍ମୁ ବିରୋଧରେ ଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଯାଇଥିବା ବେଳେ ଡାକ୍ତରୀ ମାଇନା ପାଇଁ ତାକୁ ଆଜି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀ ଗର୍ଭବତୀ ଘଟଣା ସାମନାକୁ ଆସିଥିଲା । ମହିଳା ଥାନା ଆଇଆଇସି ଅନସୂୟା ନାୟକ ମାମଲାର ତଦନ୍ତକାରୀ ଅଧିକାରୀ ଥିବାବେଳେ ଏସିପି ବି.ପି ପାତ୍ର ମାମଲାର ତଦାରଖ କରୁଛନ୍ତି । ସେପଟେ 4 ଜଣ ଛାତ୍ରୀ ଗର୍ଭବତୀ ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 'ନିଶ୍ଚୟ ପ୍ରେଗନାନ୍ସି କିଟ୍‌' ମାଧ୍ୟମରେ ଜଣେ ମାତ୍ର ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ଛାତ୍ରୀ ନିବାସର କର୍ମଚାରୀ ମଧ୍ୟ ନୁହନ୍ତି । ସେ ଗର୍ଭବତୀ ଛାତ୍ରୀଙ୍କ ପଡୋଶୀ । ରଜଛୁଟିରେ ଛାତ୍ରୀ ଜଣକ ନିଜ ଘରକୁ ଯାଇଥିବା ବେଳେ ରଜ ଆଳରେ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କୁ ଘରକୁ ଡାକି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା ।

ଛାତ୍ରୀ ଜଣକ ଗର୍ଭବତୀ ହେବା ଘଟଣା ପ୍ରଘଟ ହେବା ପରେ ପୀଡିତାଙ୍କ ବାପା ଏନେଇ ଥାନାରେ ମାମଲା ରୁଜୁ କରିଥିଲେ । ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପରିବାର ତଥ୍ୟକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାକୁ ନେଇ ଛାତ୍ରୀ ୱାଲ୍ କମିଟି ଓ ପୋଲିସ ନୋଡାଲ ମିଳିତ ଭାବରେ ଏକ କମିଟି ଗଠନ କରାଯାଇଛି । ଯାହାର ତଦନ୍ତ କରାଯିବ । ତେବେ ଯେକୌଣସି ଛାତ୍ରୀ ନିବାସରେ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇଛି କି ନାହିଁ ସେ ନେଇ ମଧ୍ୟ ତଦାରଖ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ଛାତ୍ରୀ ଗର୍ଭବତୀ ହେବା ଘଟଣା, ପଡୋଶୀ ଅଭିଯୁକ୍ତ ଗିରଫ।

ଛାତ୍ରୀ ନିବାସର ୪ ଛାତ୍ରୀ ବର୍ଭବତି ହେବା ଘଟଣା ରେ ସଲିଆ ସହିରୁ ଅଭିଯୁକ୍ତ କୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ବିରୋଧ ରେ ଦୁଷ୍କର୍ମ ଓ ପୋସ୍କୋ ଅକ୍ଟ୍ଟ ଭଳି ସଙ୍ଗୀନ ଦଫା ଲାଗିଛି। ଅଭିଯୁକ୍ତ କୁ ଆଜି ଡାକ୍ତରୀ ମଇନା ପାଇଁ କ୍ୟାପିଟାଲ ହସପିଟାଲରେ ପହଂଚିଛି।

ଏହି ଗହଣା କୁ ନେଇ ଜଣେ ମାତ୍ର ଛାତ୍ରୀଙ୍କ ନିଶ୍ଚୟ ପ୍ରେଗନାନସି କିଟ୍, ମାଧ୍ୟମରେ ପାଜେଟିଭି ରିପୋର୍ଟ ଆସିଛି। ସେହିପରି ଯୁବକ ଜଣଙ୍କୁ ଛାତ୍ରୀ ନିବାସରେ କର୍ମଚାରୀ ନୁହନ୍ତି। ଯେଉଁ ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଛନ୍ତି ତାଙ୍କ ପଡୋଶୀ ଘର ରେ ରୁହନ୍ତି ଅଭିଯୁକ୍ତ। ରାଜ ଛୁଟି ରେ ଛାତ୍ରୀ ଜଣଙ୍କ ଘରକୁ ଯାଇଥିବା ବେଳେ ଏଭଳି  ଅଘଟଣ ଘଟିଛି। ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କୁ ନିଜ ଘରକୁ ଡ଼ାକି ଶାରୀରିକ ସଂପର୍କ ରଖିଥିଲା। ତେବେ ଛାତ୍ରୀ ଜଣଙ୍କ ଗର୍ଭବତୀ ହେବା ଘଟଣା ପ୍ରଘଟ ହେଲା ପରେ ପୀଡ଼ିତା ଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରି ମାମଲା ରୁଜୁ ହୋଇଛି। ସଂପୃକ୍ତ ଛାତ୍ରୀ ଓ ତାଙ୍କ ପରିବାର ତଥ୍ୟ କୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ଘଟଣା କୁ ନେଇ ଛାତ୍ରୀ ୱାଲ୍ କମିଟି ଓ ପୋଲିସ ନୋଡାଲ ମିଳିତ ଭାବରେ ଏକ କମିଟି ଗଠନ କରାଯାଇଛି  ଏହି ଘଟଣା ର ତଦନ୍ତ କରାଯିବ। ତେବେ ଯେ  କୌଣସି ଛାତ୍ରୀ ନିବାସରେ ଛାତ୍ରୀ ମାନଙ୍କ ସୁରକ୍ଷା ଓ ଛାତ୍ରୀ ନିବାସରେ  ସିସିଟିଭି କ୍ୟାମେରା ଲଗାଯାଇଛି କି ନାଇଁ ସେ ନେଇ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

Byte- ଅନୁପ ସାହୁ ଡିସିପି

Byte send mojo 
Visual send WhatsApp

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.