ନୟାଗଡ଼: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ୭ ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ ୭ ଜଣ ଜୁଆଡି ମିଶି ଜୁଆ ଖେଳୁଥିବାର ଖବର ପୋଲିସ ପାଖରେ ପହଞ୍ଚିଥିଲା । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସମେତ ଥାନାର କର୍ମଚାରୀ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ ।
ଅଭିଯୁକ୍ତମାନଙ୍କ ଠାରୁ ୨୬୭୦ ଟଙ୍କା ଜବତ କରିବା ସହ କୋଭିଡ ନିୟମ ଅବମାନନା ପାଇଁ ୧୪ ହଜାର ଟଙ୍କା ଜୋରିମାନା କରିଛି ପୋଲିସ । ଏଥିସହ ସେମାନଙ୍କ ମୋବାଇଲ ଜବତ କରାଯାଇଛି । ଚାନ୍ଦପୁର ଥାନାରେ ୭୩/୨୨୧ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ