ETV Bharat / briefs

ମୋଦିଙ୍କୁ କୁନି ଝିଅର ଅପିଲ, ଜଳବାୟୁ ପରିବର୍ତ୍ତନରେ ଆସୁ ନୂଆ ନିୟମ - climate change

ସାରା ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବାବେଳେ ସଂସଦରେ ଚାଲିଥିଲା ତିନି ତଲାକ ବିଲ ସମ୍ବନ୍ଧିତ ଚର୍ଚ୍ଚା । କିନ୍ତୁ ଜଣେ 7 ବର୍ଷର ଝିଅ ଆଗାମୀ ଭବିଷ୍ୟତ ଏବଂ ଚେନ୍ନାଇ ଓ ଦକ୍ଷିଣ ଭାରତର ଅନେକ ସହରରେ ଦେଖା ଦେଇଥିବା ଜଳ ସଙ୍କଟ ନେଇ ସରକାରଙ୍କୁ ସଚେତନ କରାଇଥିଲା । ହାତରେ ଧଳା ରଙ୍ଗର ଏକ ପ୍ଲା କାର୍ଡ ଧରି ଦେଶର ଜଳବାୟୁ ପରିବର୍ତ୍ତନ ଉପରେ ନୂଆ ନିୟମ ଆଣିବାକୁ ସରକାରଙ୍କୁ ଦେଇଥିଲା ଏକ ନୂଆ ପ୍ରସ୍ତାବ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 22, 2019, 6:05 PM IST

ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ତିନି ତଲାକ ବିଲ ଉପରେ ଚର୍ଚ୍ଚା ଚାଲିଥିଲା । ଏପଟେ ସାରା ଦେଶ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୟ ହୋଇଥିଲା । ତେବେ ଶୁକ୍ରବାର ଦିଲ୍ଲୀ ସଂସଦ ବାହାରେ ଏକ ବିଶେଷ ବାର୍ତ୍ତା ପାଇଁ ଚର୍ଚ୍ଚାରେ 7 ବର୍ଷା ଝିଅ ଲିସିପ୍ରିୟା କଙ୍ଗୁଜାମ ।

7 year, old girl, special appeal, pm modi, climate change, law
ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ହାତରେ ଧଳା ରଙ୍ଗର ଏକ ପ୍ଲା କାର୍ଡ ଧରି ଦେଶର ଜଳବାୟୁ ପରିବର୍ତ୍ତନରେ ନୂଆ ନିୟମ ଆଣିବା ଏବଂ ଆଗାମୀ ପିଢୀର ଭବିଷ୍ୟତକୁ ବଞ୍ଚାଇବା ପାଇଁ ସରକାରଙ୍କୁ ଦେଇଥିଲା ଏକ ନୂଆ ପ୍ରସ୍ତାବ ।

ଲିସିପ୍ରୟା ଏହି ବିଶେଷ ବାର୍ତ୍ତା ଦେବା ସହ କହିଥିଲା, ସମୁଦ୍ରର ଜଳସ୍ତର ଲଗାତାର ଭାବେ ବଢିବାରେ ଲାଗିଛି ଏବଂ ପୃଥିବୀ ଉତ୍ତପ୍ତ ହୋଉଛି । ଏମିତି ସ୍ଥିତିରେ ସରକାରଙ୍କୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଥିବାବେଳେ ଏହା କେଉଁଠି ନା କେଉଁଠି ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି ।

ସେହିପରି ଅନେକ ସାଂସଦଙ୍କ କହିବାନୁଯାୟୀ, ଜଳବାୟୁ ପରିବର୍ତ୍ତନ ବିଶେଷ କରି ମୌସୁମୀର ସ୍ଥିତି ଓ ଦିଗ ଉପରେ ପଡିଥାଏ । ଯାହାଦ୍ବାରା ଅନେକ ରାଜ୍ୟରେ ଚାଷକୁ ନେଇ ଅନିଶ୍ଚିତତା ବଢିବାରେ ଲାଗୁଛି ।

ଏପଟେ ଚେନ୍ନାଇ ଓ ଦକ୍ଷିଣ ଭାରତର ଅନେକ ସହରରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଯାହା ଭବିଷ୍ୟତରେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କେନ୍ଦ୍ର ଜଳ ଆୟୋଗ କହିବାନୁଯାୟୀ, ଭାରତରେ ଦେଖାଦେଇଥିବା ଜଳ ସମସ୍ୟାର ମୁଖ୍ୟ କାରଣ ହେଉଛି ଜଳାଶୟ ଗୁଡିକରୁ ଜଳସ୍ତର ହ୍ରାସ ପାଇବା ।

ସେକ୍ସ ରାକେଟରେ କର୍ପୋରେଟ ଗାର୍ଲ,
ରାଜଧାନୀରୁ ଦେହଜିବି ଉଦ୍ଧାର ୨ଗିରଫ
ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ।ଖଣ୍ଡଗିରି ଭରତପୁରର ସିଡିଏ ଭଡାଘରେ ଠାବ।ଅସଞ୍ଜତ ଅବସ୍ଥାରେ ୩ ଦେହଜିବିଙ୍କ ସହ ଦୁଇ ଯୁବକ ଗିରଫ। ସେମାନଙ୍କଠାରୁ ଗୋଟିଏ କାର ସହ ଗୋଟିଏ ବାଇକ ଜବତ। ତେବେ ଗିରଫ ଅଭିଯୁକ୍ତ ମଧ୍ଯରେ ଜଣେ ଦେହ ଦଲାଲ ଥିବା ସୁଚନା ମିଳିଛି। ତା ଠାରୁ ଗୋଟିଏ ବନ୍ଧୁକ ଓ ଅଫୁଟା ଗୁଳି ସହ ୨୬ ହଜାର ଟଂଙ୍କା ଜବତ କରିଛି କମିସନରେଟ ପୋଲିସ। ଏନେଇ ଛାନଭିନ ଜାରି ରଖିଛି କମିସନରେଟ ପୋଲିସ।ମୁଖ୍ଯ କିଙ୍ଗପିନକୁ ଖୋଜୁଛି ପୋଲିସ। ତେବେ ସିଡିଏ ହାଇପ୍ରୋଫାଇଲ ଏରିଆରେ ଏହି ରାକେଟ ଚାଲୁଥିବା ବେଳେ ଏଥିରେ କିଛି କର୍ପୋରେଟ ଗାଲ ନିୟୋଜିତ ହେଉଥିବା ସୁଚନା ପାଇଥିଲା ପୋଲିସ। ଯାହାକୁ ନେଇ ରେଡ ବେଳେ ଧରାପଡିଛି ଏହି ସେକ୍ସ ରାକେଟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.