କେନ୍ଦୁଝର: ରାଜ୍ୟରେ ଚାରିଆଡେ ଜାରି ରହିଛି ଠକେଇ ମାମଲା । କେତେବେଳେ ଚିଟଫଣ୍ଡ ତ କେତେବେଳେ ବିଭିନ୍ନ ମାର୍କେଟିଂ ନାଁରେ ଚାଲିଛି ଠକେଇ । ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର ଠାରେ ।
ସୂଚନାମୂତାବକ, ଗ୍ଲେଜ ଇଣ୍ଡିଆ ନାମକ ମାର୍କେଟିଂ ସଂସ୍ଥା କାର୍ଯ୍ୟ କରିଆସୁଛି । ଏହି ସଂସ୍ଥା ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରୀ କରାଇଦେବା ନେଇ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ଟାଉନ ଥାନା ପକ୍ଷରୁ ଉକ୍ତ ସଂସ୍ଥାର ନରଣପୁର କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ସମୟରେ ଦୁଇଟି ଲାପଟପ, ରସିଦ ବହି ସହ ବହୁ ନଥିପତ୍ର ପୋଲିସ ଜବତ କରିଛି । ଏହାସହ ଦୁଇ ଜଣ ଯୁବକ ଅଧିକାରୀ ଓ ଚାରି ଜଣ ଯୁବତୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇ ତଦନ୍ତ କରାଯାଉଥିବା ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ