ETV Bharat / briefs

ବାଂଲାଦେଶରେ ବନ୍ୟା ସ୍ଥିତି: 31 ଜିଲ୍ଲାର 50 ଲକ୍ଷ ପ୍ରଭାବିତ

ବାଂଲାଦେଶର 31 ଟି ଜିଲ୍ଲାରେ ହୋଇଥିବା ଭୟଙ୍କର ବନ୍ୟା ଯୋଗୁଁ 50 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଦେଶରେ ଅନେକ ଜଳବନ୍ଦୀ ଥିବା ବେଳେ ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି ।

ବାଂଲାଦେଶରେ ବନ୍ୟା ସ୍ଥିତି
ବାଂଲାଦେଶରେ ବନ୍ୟା ସ୍ଥିତି
author img

By

Published : Jul 30, 2020, 3:04 PM IST

ଢାକା: ବାଂଲାଦେଶର 31 ଟି ଜିଲ୍ଲାରେ ଭୟଙ୍କର ବନ୍ୟା ଯୋଗୁଁ 50 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଦେଶରେ ଅନେକ ଜଳବନ୍ଦୀ ଥିବା ବେଳେ ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଗୁରୁବାର ସକାଳ ସୁଦ୍ଧା ଦେଶର 19 ଟି ନଦୀ ବିପଦ ସ୍ତରରେ ପ୍ରବାହିତ ହେଉଛି। ବାଂଲାଦେଶର ଉତ୍ତର ଓ କେନ୍ଦ୍ରୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ହଜାର ହଜାର ଲୋକ ବନ୍ୟା ସହାୟତା କେନ୍ଦ୍ର ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ବନ୍ୟା ଯୋଗୁଁ ସରକାରୀ ମୃତ୍ୟୁ ସଂଖ୍ୟା 41 କୁ ବୃଦ୍ଧି ପାଇଛି।

ବନ୍ୟା ପ୍ରଭାବିତ 31 ଟି ଜିଲ୍ଲା ମଧ୍ୟରେ ଲାଲମୋନିରହାଟ, କୁରିଗ୍ରାମ, ଗାଇବନ୍ଧା, ନିଲଫାମାରି, ସିଲହେଟ, ରାଜବାରୀ, ଢାକା, ଫରିଦପୁର ଓ ନେତ୍ରାକୋନା ରହିଛି । ବନ୍ୟା ପରିସ୍ଥିତି ଓ ଚେତାବନୀ କେନ୍ଦ୍ର (FFWC) ଦ୍ବାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ବୁଧବାର ଅପରାହ୍ନରୁ ବାଂଲାଦେଶର 4 ଟି ପ୍ରମୁଖ ନଦୀ ଅବବାହିକାରେ ନଜର ରଖାଯାଇଥିବା 101 ପଏଣ୍ଟ ମଧ୍ୟରୁ 41 ପଏଣ୍ଟରେ ଜଳ ସ୍ତର ବୃଦ୍ଧି ପାଇଛି। ଜଳ ସ୍ତର 28 ପଏଣ୍ଟରେ ବିପଦ ସ୍ତର ଅତିକ୍ରମ କରିଛି ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଚଳିତ ବର୍ଷର ବନ୍ୟା ପରିସ୍ଥିତିରେ ସର୍ବାଧିକ କ୍ଷତି ହୋଇଛି । ରାଜଧାନୀ ଢାକା ନିକଟରେ ଥିବା ଅନେକ ଅଞ୍ଚଳରେ ବନ୍ୟାଜଳ ପ୍ରଭାବିତ ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଜଳ ସ୍ତର ଆହୁରି ବୃଦ୍ଧି ପାଇବ । ସରକାର 1,500 ରୁ ଅଧିକ ବନ୍ୟା ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି ଯେଉଁଠାରେ ପ୍ରାୟ 90,000 ଲୋକ ଆଶ୍ରୟ ନେଇଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ସମେତ ରିଲିଫ ବଣ୍ଟନ ଜାରି ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.