ETV Bharat / briefs

କୃଷି କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ମୋର ମୂଳ ଲକ୍ଷ୍ୟ: ନିତ୍ୟାନନ୍ଦ ସାହୁ - ବସ୍ତା

ପୁନର୍ବାର ବସ୍ତା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଗତ ଥର ନିର୍ବାଚିତ ହୋଇଥିବା ନିତ୍ୟାନନ୍ଦ ସାହୁ । ଏଥର ନିର୍ବାଚନ ଜିତିଲେ ସେ ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ କରିବା ସହ କୃଷିକୁ କ୍ଷେତ୍ରକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 4, 2019, 1:26 PM IST

Updated : Apr 10, 2019, 7:00 PM IST

ବାଲେଶ୍ୱର: ଉତ୍ତର ଓଡିଶାର ଚର୍ଚ୍ଚିତ ବିଧାନସଭା ଆସନ ବସ୍ତାରେ ଏବେଠାରୁ ଅନୁଭୂତ ହେଲାଣୀ ନିର୍ବାଚନୀ ତାତି। ଚଳିତ ଏଠାରେ ଦେଖିବାକୁ ମିଳିବ ହାଇଭୋଲଟେଜେ ମୁକାବିଲା । ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେବେଦୁଇ ହେଭିୱେଟ ।

ନିର୍ବାଚନୀ ହାୱା ବହିବା ପରେ ବସ୍ତା ରାଜନୀତି ହୋଇଉଠିଛି ଚଳଚଞ୍ଚଳ । କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ବିଜେଡି ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ନିତ୍ୟାନନ୍ଦ ସାହୁ । ତାଙ୍କୁ ଏଠାରୁ ଚେକମେଟ ଦେବା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବସ୍ତାର ପୂର୍ବତନ ବିଧାୟକ ଏବଂ ମନ୍ତ୍ରୀ ରଘୁନାଥ ମହାନ୍ତି । ଯିଏକି ବସ୍ତା ଆସନରୁ ଲଗାତାର 5 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 1990, 1995, 2000,2004, 2009 ନିର୍ବାଚନରେ ବାଜି ମାରିଥିଲେ ରଘୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

'ଇଟିଭି ଭାରତ' ପକ୍ଷରୁ ଚାଲିଥିବା ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ ବସ୍ତାର ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁଙ୍କୁ । ନେତାଙ୍କୁ ପାଞ୍ଚଟି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ନିର୍ବାଚନରେ ବିଜୟୀ ହେଲେ ସେ ନିର୍ବାଚନମଣ୍ଡଳୀର ବିକାଶ ସହ କୃଷି, କୃଷି ଭିତ୍ତିକ ଶିଳ୍ପ, ରୋଜଗାର ଏବଂ ନିଯୁକ୍ତି ଉପରେ ଗୁରୁତ୍ବ ଦେବେ । ଏଥର ତାଙ୍କର ନିର୍ବାଚନୀ ସ୍ଲୋଗାନ ରହିଛି 'ବିଜୁ ଜନତା ଦଳକୁ ଭୋଟ ଦିଅ' ।

ଏଥର ବସ୍ତା ଆସନ ପାଇଁ ଲଢେଇ ବେଶ ପ୍ରତିଦ୍ୱନ୍ଦିତାମୂଳକ ହେବ। ଏଥର ଭୋଟର ଏଠାରୁ କାହାକୁ ନିଜର ପ୍ରତିନିଧି ଭାବେ ନିର୍ବାଚିତ କରୁଛନ୍ତି ତାହା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଈଟିଭି ଭାରତ

Last Updated : Apr 10, 2019, 7:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.