ପୁରୀ: ଚାଲିଛି ଶେଷ ତଥା ଅନ୍ତିମ ପର୍ଯ୍ୟାୟ ଗଣତନ୍ତ୍ର ମହାପର୍ବ । ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଚଳିତ ନିର୍ବାଚନରେ କେମିତି ପ୍ରାର୍ଥୀ ଚାହୁଁଛନ୍ତି ଭୋଟର ତାହା ଜାଣିବାକୁ ‘ଇଟିଭି ଭାରତ’ ଟିମ୍ କାକଟପୁର ନିର୍ବାଚନମଣ୍ଡଳୀର ନରଣପୁର ସ୍କୁଲର 169 ନଂ ବୁଥରେ ପହଞ୍ଚିଥିଲା ।
ନିର୍ଦ୍ଧାରିତ ସମୟରେ ମକ ପୋଲ ପରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପରେ ଶାନ୍ତିଶୃଙ୍ଖଳା ଓ ବେଶ ଉତ୍ସାହର ସହ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ଭୋଟିଂ ପାଇଁ ସକାଳୁ ଉଭୟ ପୁରୁଷ ଓ ମହିଳା ଧାଡିରେ ଆସି ଭୋଟ ଦେଉଛନ୍ତି । ଅବାଧ ଏବଂ ମୁକ୍ତ ମତଦାନ ପାଇଁ ପୋଲିଂ ବୁଥରେ ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି ।
ତେବେ ନିର୍ବାଚନ ନେଇ ଜଣେ ଭୋଟର କହିଛନ୍ତି, ଭୋଟ ଦେବା ଆମ କର୍ତ୍ତବ୍ୟ । ଆମେ ଆମ କର୍ତ୍ତବ୍ୟ କରୁଛି । ଜିତିବା ପରେ ପ୍ରାର୍ଥୀ ନିଜ ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି କି ନା ତାହା ସମୟ କହିବ । ସେପଟେ ନିଜ ଅଞ୍ଚଳର ବିକାଶ କରିବା ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି କହିଛନ୍ତି ଜଣେ ମହିଳା ଭୋଟର ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ