ଭୁବନେଶ୍ବର: ରାଜଧାନୀରେ ଅଭିନବ ଉପାୟରେ ଲୁଟ୍ । କାରରୁ ମୋବିଲ୍ ଲିକ୍ ହେଉଥିବା କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଜନଗହଳି ପୂର୍ଣ୍ଣ ରାଜମହଲ ଛକ ନିକଟରେ ଲୁଟ ହୋଇଥିବା କ୍ଯାପିଟାଲ ଥାନାରେ ଅଭିଯୋଗ ହୋଇଛି ।
ଖବରମୁତାବକ, ରାୟଗଡାରୁ କାର କିଣିବାକୁ ଆସିଥିଲେ ଦାମୋଦର ମହାପାତ୍ର ଓ ତାଙ୍କ ୨ ସହଯୋଗୀ । ରାଜମହଲ ଛକ ନିକଟ ଔଷଧ ଦୋକାନରୁ ଦାମୋଦର ଔଷଧ କିଣିବାକୁ ଯାଇଥିଲେ । ଏହି ସମୟରେ ଗାଡିରୁ ମୋବିଲ୍ ଲିକ୍ ହେଉଥିବା କହି ଥିଲେ ରାସ୍ତାରେ ଯାଉଥିବା ଜଣେ ଯୁବକ । ଯୁବକଙ୍କ କଥା ଶୁଣି ଗାଡିରେ ବସିଥିବା ୨ ଯୁବକ ବାହାରକୁ ଆସିଥିଲେ । ଏହି ସମୟରେ ସେମାନଙ୍କୁ ଚକମା ଦେଇ ଦୁର୍ବୃତ୍ତମାନେ କାରରୁ ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଏହାପରେ ଦାମୋଦର ଓ ତାଙ୍କ ୨ ସହଯୋଗୀ ଏନେଇ କ୍ଯାପିଟାଲ ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ