ETV Bharat / briefs

ଅମିତ ଧଳ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: 4 ଗିରଫ, 4 ବନ୍ଧୁକ ସମେତ 20ରୁ ଊର୍ଦ୍ଧ୍ବ ଗୁଳି ଜବତ - amit dhala

ବ୍ରଜରାଜନଗର ବସଷ୍ଟାଣ୍ଡରେ ତାସ ଖେଳବେଳେ ଘଟିଥିବା ହତ୍ୟାକାଣ୍ଡର ସମ୍ପୃକ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିବା ନେଇ ପୋଲିସ ସୂଚନା ଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Jun 27, 2019, 10:41 AM IST

Updated : Jun 27, 2019, 3:24 PM IST

ଝାରସୁଗୁଡା: ବ୍ରଜରାଜନଗର ବସଷ୍ଟାଣ୍ଡରେ ତାସ ଖେଳବେଳେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ 4ଟି ବନ୍ଧୁକ ଓ 20ରୁ ଊର୍ଦ୍ଧ୍ବ ଗୁଳି ଜବତ କରିଛି । ଗିରଫ ପରେ ଆଜି(ଗୁରୁବାର) ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାନୁସାରେ, ଗତ 24 ତାରିଖରେ ବ୍ରଜରାଜନଗର ବସଷ୍ଟାଣ୍ଡରେ ତାସ ଖେଳୁଥିବାବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଅମିତ ଧଳଙ୍କ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ତେବେ ହତ୍ୟାକାଣ୍ଡର ବିସ୍ତୃତ ବିବରଣୀ ଏସପି ସାମ୍ବାଦିକ ସମ୍ମିଳନୀରେ ଦେବା ନେଇ ସୂଚନା ରହିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଗତ 24 ତାରିଖରେ ବ୍ରଜରାଜନଗର ବସଷ୍ଟାଣ୍ଡ ରେ ତାସ ଖେଳୁଥିବା ବେଳେ ଦୁର୍ବୃତ୍ତ ଙ୍କ ଗୁଳିମାଡ ରେ ମୃତ୍ୟୁ ବରଣ କରିଥିବା ଅମିତ ଧଳା ହତ୍ୟା ଘଟଣାର ଅଭିଯୁକ୍ତ ଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।ଏହି ମାମଲାରେ ଝାରସୁଗୁଡା ଏସପିଙ୍କ ନିର୍ଦେଶ ରେ ଗଠିତ ବିଭିନ୍ନ ପୋଲିସ ଟିମ ଚଢ଼ାଉ କରି 3 ଜଣ ଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ 4 ଟି ବନ୍ଧୁକ ସହ 20ରୁ ଉର୍ଦ୍ଧ୍ଵ ଗୁଳି ଜବତ କରିଛି।ଆଜି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ବୋଲି ଜଣାପଡିଛି।ଏସପି ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର ବିସ୍ତୃତ ବିବରଣୀ ଦେବେ ବୋଲି କୁହାଯାଇଛି।Body:।।।।Conclusion:
Last Updated : Jun 27, 2019, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.