ETV Bharat / briefs

ରିଲିଫ୍‌ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ 24ଲକ୍ଷଟଙ୍କାର ପ୍ୟାକେଜ୍‌

ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ 1200 ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 24ଲକ୍ଷଟଙ୍କାର ପ୍ୟାକେଜ୍‌।

author img

By

Published : May 18, 2019, 11:23 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ସରକାରର ଶେଷ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଗଣମାଧ୍ଯମକୁ ବିସ୍ତୃତ ସୂଚନା ଦେଇଛନ୍ତି । ଫନି କ୍ଷତିଗ୍ରସ୍ତଙ୍କ ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଛି । ତେବେ ଫନି ମାଚରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଏଯାଏଁ ସଂପୂର୍ଣ୍ଣ ବିଜୁଳି ସେବା ଯୋଗେଇ ଦିଆଯାଇ ନାହିଁ । ତେଣୁ ମେ 18ରୁ ପୁରୀର ଫନି କ୍ଷତିଗ୍ରସ୍ତ ପ୍ରତି ଘର ପିଛା ଆହୁରୀ 1000ଟଙ୍କା ପ୍ରଦାନ କରାଯିବ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ 1200 ଅଗ୍ନିଶମ କର୍ମଚାରୀଙ୍କୁ ରାସନ୍‌ ଭତ୍ତା ବାବଦରେ ମୁଣ୍ଡାପିଛା 200ଟଙ୍କା ହିସାବରେ 10ଦିନ ପାଇଁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ 24ଲକ୍ଷଟଙ୍କା ପ୍ରଦାନ କରାଯିବ । ରାଜ୍ୟ ବାହାରୁ ନିୟୋଜିତ ହୋଉଥିବା ୧୦ ହଜାର ଶ୍ରମିକଙ୍କୁ ୧୫୦ ପ୍ରତିଶତ ଦରମା ଦିଆଯିବା । ଅଣକୁଶଳୀ ଶ୍ରମିକଙ୍କୁ ୪୨୦ ଦିଆଯିବ । ସେହିପରି ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ 480ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ 555ଟଙ୍କା ପ୍ରଦାନ କରାଯିବ ।

ତେବେ ପୁରୀରେ ପୋଖରୀ ସଫା ପାଇଁ ଜଳ ଓ ମତ୍ସ୍ୟ ଓ ପ୍ରୀଣୀ ସମ୍ପଦ ବିଭାଗକୁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଫୋନି ପାଇଁ ୧୦୦ କୋଟି ଟଙ୍କା ର ସ୍ଵତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟିଟ୍ ଭେଣ୍ଡର ପାଇଁ ସ୍ଵତନ୍ତ୍ର ପ୍ୟାକେଜ୍ 
ବାତ୍ୟାରେ ପ୍ରଭାବିତ ପ୍ରତ୍ୟେକ ଭେଣ୍ଡର ଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ ।ଏହି ପ୍ୟାକେଜ୍ ରେ ସର୍ବମୋଟ ୩0 ହଜାର ଭେଣ୍ଡର ଉପକୃତ ହେବେ ।ସେହିପରି ବାତ୍ୟାରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀ ଙ୍କୁ ମିଳିବ ଆର୍ଥିକ ସହାୟତା ।ସର୍ବାଧିକ ୨୫ଟ ନଡ଼ିଆ ଗଛ କ୍ଷତି ହୋଇଥିବା ଚାଷୀଙ୍କୁ ଗଛ ପିଛା ୫୦୦ ଟଙ୍କା ରେ ସହାୟତା ଦିଆଯିବ ।ସେହିପରି ବ୍ରୟଲର କୁକଡା ଚାଷୀଙ୍କ ୧ଲକ୍ଷ ପର୍ଯ୍ୟନ୍ତ ୭୫ପ୍ରତିଶତ ସବସିଡ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଏହି ଯୋଜନା ରେ ୨ହଜାର କୁକୁଡା ଚାଷୀ ଉପକୃତ ହେବେ 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.