କାରାକସ: ଭେନେଜୁଏଲାସ୍ଥିତ ଏକ ଜେଲରେ ଅଭାବନୀୟ ଘଟଣା । ଶୁକ୍ରବାର କଏଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ 23 ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ଏନେଇ ଜଣେ କଏଦୀ ସୂଚନା ଦେଇଛନ୍ତି ।
ତେବେ ଭେନେଜୁଏଲା ଜେଲର ଜେଲରଙ୍କ କହିବାନୁଯାୟୀ, ଜେଲର କିଛି କକ୍ଷରେ କଏଦୀମାନେ କିଛି ସନ୍ଦିଗ୍ଧ ସାମଗ୍ରୀ ଲୁଚେଇ ରଖିଥିଲେ । ଯାହାର ଖବରପାଇ ସୁରକ୍ଷାକର୍ମୀମାନେ ସେମାନଙ୍କ ଠାରୁ ଛଡାଇ ଆଣିବା ପାଇଁ ଜେଲ ଭିତରକୁ ଯିବା ସମୟରେ କଏଦୀମାନେ ତାଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ । ଯେଉଁଥିପାଇଁ କଏଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା । ଏଥି ମଧ୍ୟରୁ କିଛି କଏଦୀଙ୍କ ପାଖରେ ଅସ୍ତ୍ର ମଧ୍ୟ ଥିଲା, ଯେଉଁଥିରେ 16 ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିବାବେଳେ 23 ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ଜେଲ କୋଠରୀ ମଧ୍ୟରେ ଏକ ବିସ୍ଫୋରଣ ମଧ୍ୟ ହୋଇଥିବା ସୂଚନା ମିଳିଛି ।
ତେବେ ଭେନେଜୁଏଲା ଜେଲରେ 2017ରୁ ଆଜିପର୍ଯ୍ୟନ୍ତ 130 କଏଦୀଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଛି ।